STORYMIRROR

RAJANI KANTA SAHU

Abstract Tragedy Action

4  

RAJANI KANTA SAHU

Abstract Tragedy Action

ଗଛ

ଗଛ

1 min
12

ସକାଳୁ ଘରୁ ବାହାରିଲା ବେଳକୁ 

ତାକୁ ଦେଖିଥିଲି ଗୋଟେ ପାଖରେ 

ଠିଆ ହେଇଥିଲା ,

ଶିତୁଆ ସକାଳର କୋହଲା ପବନରେ 

ବର୍ଷାରେ ଭିଜିଥିବା ଛୁଆଟେ ପରି ଥରୁଥିଲା II

ସବୁଦିନ ସେଇଠୁ ତ ଆସୁଥିଲା 

ମିଠା ମିଠା ସୁଗନ୍ଧିତ ପବନ ,

ସବୁଦିନ ସେଇବାଟେ ଦେଇ ଷ୍ଟ୍ରିଟ ଲାଇଟ 

ବିଛୁରିତ ହେଉଥିଲା ମୋ ଗ୍ୟାଲେରିରେ,

ସବୁଦିନ ହସୁଥିଲା ,ଖେଳୁଥିଲା 

ହୋଲି ଦୋହଲି ଅନେକ କଥା କହୁଥିଲା 

କିନ୍ତୁ, ଏବେ ମୁକ ପ୍ରାୟ 

ଠିଆ ହେଇଛି ସବୁଦିନ ପରି ନିଜ ସ୍ଥାନରେ II

ତାର ସମସ୍ତ ଅଙ୍ଗ 

ଯାହା ପ୍ରସରି ଯାଉଥିଲା 

ଆଖ ପାଖ ଠିଆ ହୋଇଥିବା ଘରକୁ 

ଆନନ୍ଦରେ ଛୁଇଁବା ଲାଗି 

ସବୁତ କାଟି ଦିଆଯାଇଛି 

ତା ଇଛା ବିରୁଦ୍ଧରେ ,

ସେ ଏବେ ନିରସ୍ତ୍ର ହାରିଯାଇଥିବା ସୈନିକ 

ଚାହିଁଲେ ବି ହଲିପାରେନି

ତା ଠିଆ ହେଇଥିବା ନିଜ ସ୍ଥାନରେ II   


Rate this content
Log in

Similar oriya poem from Abstract