ଗଛ
ଗଛ
ସକାଳୁ ଘରୁ ବାହାରିଲା ବେଳକୁ
ତାକୁ ଦେଖିଥିଲି ଗୋଟେ ପାଖରେ
ଠିଆ ହେଇଥିଲା ,
ଶିତୁଆ ସକାଳର କୋହଲା ପବନରେ
ବର୍ଷାରେ ଭିଜିଥିବା ଛୁଆଟେ ପରି ଥରୁଥିଲା II
ସବୁଦିନ ସେଇଠୁ ତ ଆସୁଥିଲା
ମିଠା ମିଠା ସୁଗନ୍ଧିତ ପବନ ,
ସବୁଦିନ ସେଇବାଟେ ଦେଇ ଷ୍ଟ୍ରିଟ ଲାଇଟ
ବିଛୁରିତ ହେଉଥିଲା ମୋ ଗ୍ୟାଲେରିରେ,
ସବୁଦିନ ହସୁଥିଲା ,ଖେଳୁଥିଲା
ହୋଲି ଦୋହଲି ଅନେକ କଥା କହୁଥିଲା
କିନ୍ତୁ, ଏବେ ମୁକ ପ୍ରାୟ
ଠିଆ ହେଇଛି ସବୁଦିନ ପରି ନିଜ ସ୍ଥାନରେ II
ତାର ସମସ୍ତ ଅଙ୍ଗ
ଯାହା ପ୍ରସରି ଯାଉଥିଲା
ଆଖ ପାଖ ଠିଆ ହୋଇଥିବା ଘରକୁ
ଆନନ୍ଦରେ ଛୁଇଁବା ଲାଗି
ସବୁତ କାଟି ଦିଆଯାଇଛି
ତା ଇଛା ବିରୁଦ୍ଧରେ ,
ସେ ଏବେ ନିରସ୍ତ୍ର ହାରିଯାଇଥିବା ସୈନିକ
ଚାହିଁଲେ ବି ହଲିପାରେନି
ତା ଠିଆ ହେଇଥିବା ନିଜ ସ୍ଥାନରେ II
