STORYMIRROR

Rabindra kumar Sahoo

Abstract Fantasy

4  

Rabindra kumar Sahoo

Abstract Fantasy

ଗାଁ ଠୁ ସହର

ଗାଁ ଠୁ ସହର

1 min
359

    

   ଗାଁ ଠୁ ସହର 

   ସବୁଠି ଭରିଛି ଜହର

   ସବୁଠି କଟିଛି ଭାଇଚାରା ଚେର ।


   ଗାଁ ଠୁ ସହର

    ଘର ପରିବାରେ

   ସ୍ନେହ ଶ୍ରଦ୍ଧା ନାହିଁ 

    କା ଠାରେ କାହାର ।


   ଗାଁ ଠୁ ସହର

  ସ୍ଵାର୍ଥପରତାରେ ବୁଡିଛି

   ଆଜି ର ନାରୀ ନର

   ନାହିଁ ଆନ୍ତରିକତା

   ନାହିଁ କା ଠାରେ ପରୋପକାର

    ସାମୂହିକତାକୁ ଭୁଲି

  ସ୍ଵାର୍ଥେ ନିମଜ୍ଜିତ ହୋଇ

   ନିଜ କଥା ଭାଳେ ଖାଲି ନିରନ୍ତର ।


   ଗାଁ ଠୁ ସହର

   ସର୍ବ ଦିଗେ ଘୋଟିଛି

    ଘୋର ଅନ୍ଧକାର

   ସମାଜ ସାମାଜିତାରେ

   ଘଟିଛି ଘୋର ଅଧପତନ ର

   ଜଙ୍ଗଲ କାନ୍ଦେ

    କାନ୍ଦନ୍ତି ପାହାଡ ପର୍ବତ

    ବିଷାକ୍ତ ଏବେ ନଦ ନଦୀ ଆମ

   ପ୍ରଦୂଷିତ ଏବେ 

   ଆମ ସାଗର ମହାସାଗର

   ମାତୃଜାତି ମାତୃଭୂମି

   ମାତୃଭାଷା ଆଜି ହୁଅନ୍ତି

    ଲାଂଛିତ ଶୋଷଣ କଷଣ

    ଧର୍ଷଣର ଶିକାର ।


    ଗାଁ ଠୁ ସହର

    ସବୁଠି କାୟା ବିସ୍ତାରିଛି

   ହିଂସା, ଦ୍ୱେଷ, ଈର୍ଷା ର ଜହର

    ବିଶ୍ଵାସେ ଅଧୁନା

    ଏ ମଣିଷ ଜାତି ମିଶାଏ ବିଷ

    ମେଣ୍ଟାଉଛି ଖାଲି

    ତା କାମନା ବାସନା ର ଶୋଷ

   ଯୁଦ୍ଧେ ଲିପ୍ତ ରହି

     ଦେଶ ଦେଶ ମଧ୍ୟେ

   ସୃଷ୍ଟି କରଇ ଅଶାନ୍ତି

     ରୋଗ ଓ ଶୋକର ।


   ଗାଁ ଠୁ ସହର

   ବିଜ୍ଞାନ ବଳେ ବଳୀୟାନ ହୋଇ

   ମଣିଷ ସଜାଇଛି ନିଜକୁ ଅସୁର

    ଅଳ୍ପ ବିଦ୍ୟା ଜାଣି

   କୁହେ ପ୍ରକୃତି କୁ ଯିବ ସେ ଜିଣି

   ହେଲେ ଜଳ, ସ୍ଥଳ, ବାୟୁ, ଆକାଶ

    ବିଜ୍ଞାନ ନାମେ ମଣିଷ

    ପରିବେଶ କୁ କରୁଛି ଧ୍ବଂସ

    ପ୍ରକୃତି କୁ ଜିଣିବାର ଯେଉଁ ଆସ୍ପର୍ଦ୍ଧା

    କରେ ଏ ନର ଛାର

    ସେ ପାଇଁ ଆମ ବିଶ୍ଵ ହୁଏ

    ଆଜି ଛାରଖାର

    ପରିବେଶ ହୁଏ ନାରଖାର

    ସବୁଠି ଅଶାନ୍ତ ବାତାବରଣ 

     ହେଉଛି ଭରପୂର

    ସେ ପାଇଁ ଆଜି

    ଗାଁ ଠୁ ସହର

    ସବୁଠି ଭରିଛି ଜହର

   ସବୁଠି କଟିଛି ଭାଇଚାରା ଚେର ।।


Rate this content
Log in

Similar oriya poem from Abstract