Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଗାଇବା ମଣିଷ କଷଣ ମୁକ୍ତିର ଗାନ

ଗାଇବା ମଣିଷ କଷଣ ମୁକ୍ତିର ଗାନ

1 min
129



ଏ ତ କିଛି ନୂଆ ନୁହେଁ, ଜୀବନ ସାଗରେ 

ଆସିବ ଜୁଆର ବାରମ୍ବାର

ଜୁଆର ଆସିଲେ ଦେଖା ଦେବ ମନ ମଧ୍ୟେ 

ବହୁ ଭୟ ଆଶଙ୍କାର ଘର |


ଦୃଢ ଭାବେ କଲେ ତାହାର ମୁକାବିଲା, କେବେ

ଭାଂଗିବାନି ସେ ଜୁଆରରେ

ସେହି ଅଯଥା ଭୟ ଆଶଙ୍କାର ବଳୟ ଭିତରୁ 

ମୁକୁଳିବା ଆମେ ବାରେ |


ସତ୍ୟର ନୀତି ଚଳାଏ ଏଇ ସଂସାରକୁ, ସତ୍ୟକୁ 

କିଆଁ ଡର ସଭିଙ୍କର 

ଦୁଃଖରେ ଦୁଃଖୀ, ସୁଖରେ ସୁଖୀ ହୋଇ ନେବା 

ଆଶ୍ରୟ ସତ୍ୟ ନୀତିର |


ଜୁଆରରୁ ପୁଣି ଥରେ ଗୋଟେଇ ପୋଟେଇ 

ଚଳାଇବା ଆମେ ଆମର ଘର

ଧୈର୍ଯ୍ୟରେ ପାହାଡ଼ ହୁଏ ପରା ବନ୍ଧା, ଗୋଲାମ 

ଆମେ ନହେବା କାହାର |


ଜାଣିଛେ, ସତ୍ୟ ବଚନେ ତ ସବୁ ବେଳେ 

ଥାଏ କଷଣ ଓ ଅପ୍ରିୟତା

ସତ୍ୟରେ ଥିଲେ ମିଳଇ ନ୍ୟାୟ, କିନ୍ତୁ ଏହା 

ଅଟେ କଣ୍ଟକମୟ ପନ୍ଥା |


ସତ୍ୟ କହିଲେ ହୋଇପାର କିଛି ସମୟରେ

 ତୁମେ ଲୋକହସା

ସତ୍ୟରେ ହୃଦେ ମିଳେ ହସ, ମିଥ୍ୟାକୁ ମିଳି

ପାରେ ପ୍ରଶଂସା |


ମିଥ୍ୟାବାଦୀର ପରିସମାପ୍ତି ବାସି ଯାତ୍ରା 

ପଡିଆର ଠୁଙ୍ଗା ଖଲି ପରି

ତାହା ପୁଣି ବାତ୍ୟାର ବିଭୀଷିକାରେ ଚାଳର 

ଛପର ଉଡିଲା ପରି |


ମିଥ୍ୟାବାଦୀର ସ୍ୱପ୍ନର ସଂସାର ସମାଧି 

ପାଲଟେ ପତନ ଲହରୀ ମାରି

ମିଥ୍ୟା ପ୍ରଶଂସା ବଞ୍ଚେଇ ପାରେନା, ସବୁ 

ଛିନ୍ ଛତ୍ର ହୁଏ ଯାଯାବରଟିଏ ପରି |


ସତ୍ୟ ପ୍ରୀତିର ଅଭାବେ ମଣିଷ ଛେଳି ମେଣ୍ଢା 

ପୋଷା ଗାଈ କୁକୁର ସହିତ ସମାନ

ମାଗଣା ଖିଆର ଅଭ୍ୟାସ ତ ମାରି ସାରିଲାଣି 

ମଣିଷ ପଣିଆକୁ ଦୂର କରି ସ୍ୱାଭିମାନ |


ଗଦି ପାଇଁ ଅନ୍ଧ ହୋଇ କୁସଂସ୍କାର ସାମ୍ପ୍ରଦାୟିକ 

ମନୋଭାବକୁ ଉଦ୍ରେକ କଲେ

ସ୍ୱପ୍ନ ର ସଂସାର ସମାଧି ପାଲଟେ ସମାଜର 

ଅଟ୍ଟାଳିକା, ଏ ସତ୍ୟ ବଚନ ସବୁବେଳେ |


ଏ ପରିପ୍ରେକ୍ଷୀରେ ଭାରତୀୟ ସମାଜକୁ ଦୃଢ 

କଣ୍ଠେ କହୁଛି ଗୋଟିଏ କଥା

ସୁକର୍ମ କରିଣ ସବୁଠି ସମ୍ମାନ ପାଇବ ଏହା 

କହେ ବାଇବେଲ, କୋରାନ ଓ ଗୀତା |


ପର ପିଢ଼ି ପାଇଁ ଚିନ୍ତା କର ଯଦି ହୁଅ ବିଶ୍ୱକର୍ମା 

ସୁଖ ଶ୍ରଦ୍ଧା ଦୟା ଶାନ୍ତିର ପ୍ରତୀକ 

ହତିଆର ବାରୁଦେ ନିର୍ଦୟ ନହୋଇ ପ୍ରଦୂଷଣ 

ଦୂରେଇ ହୁଅ ସୃଷ୍ଟିରେ ଜଗତ ରକ୍ଷକ |୧୨|


ମତାନ୍ଧତା କୂପ ମଧ୍ୟୁ ମୁକ୍ତ କରିବାକୁ ହେ କ୍ରାନ୍ତିକାରୀ 

ଗାଅରେ ମଣିଷ କଷଣ ମୁକ୍ତିର ଗାନ 

ତୁମର ଏହି ଭୂମିକାରେ କେବଳ ପାଇବ ବିଶ୍ୱରେ 

ଭାରତୀୟ ସମାଜର ଥିଲା ଯେଉଁ ଉଚ୍ଚ ସ୍ଥାନ |୧୩|



Rate this content
Log in

Similar oriya poem from Action