Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Abstract Children

4.5  

Pradipta Sundar Rath

Abstract Children

ଏତିକି ବିନତୀ ହେ ବିଭୁ

ଏତିକି ବିନତୀ ହେ ବିଭୁ

1 min
334


ବଡ ଅଜବ ଏ ମନ 

 ଅଜବ ତା ଅଭିମାନ 

 ତୁମେ ନାହଁ ବୋଲି କହି ବୁଲୁଥାଏ 

    ନିଜ ଦୁଃଖ ପାଇଁ ତୁମକୁ ଦୋଷ ଦିଏ 

  ମାଗୁଅଛି ଭୁଲ୍ 

  ଆଉ ଏପରି କରିବିନି ବିଲ୍ କୁଲ୍ 

  ତୁମେ ପାଶେ ଏତିକି ବିନତୀ ହେ ବିଭୁ 

   ତୁମ ବିରହ ଦୁଃଖ କେବେ ନଦିଅ ପ୍ରଭୁ ।।


  ନବୁଝି ନସୁଝି

      ତୁମକୁ ଭୁଲ୍ ବୁଝି

  ମନର ଈପସିତ 

       ନହେବାରୁ ପୂରିତ 

    ତୁମ ବିଗତ ଆଶୀର୍ବାଦ ଭୁଲି 

      ତୁମକୁ ପର କଲି 

  କରି ତୁମ ଉପରେ ଅଭିମାନ 

    

    ମାଗୁଅଛି ଭୁଲ୍ 

  ଆଉ ଏପରି କରିବିନି ବିଲ୍ କୁଲ୍ 

  ତୁମେ ପାଶେ ଏତିକି ବିନତୀ ହେ ବିଭୁ 

   ତୁମ ବିରହ ଦୁଃଖ କେବେ ନଦିଅ ପ୍ରଭୁ ।।


    ଭୁଲିଗଲି ମୁ ଭୁଲିଗଲି

    ପ୍ରବୃତ୍ତିର ମତରେ ପଡି

     କେତେ ଥର କରିଛି 

  ତୁମର କଥାକୁ ଅବମାନ 

ତଥାପି ତୁମେ କେବେ କରିନ ଅଭିମାନ 

     ମାଗୁଅଛି ଭୁଲ୍ 

  ଆଉ ଏପରି କରିବିନି ବିଲ୍ କୁଲ୍ 

  ତୁମେ ପାଶେ ଏତିକି ବିନତୀ ହେ ବିଭୁ 

   ତୁମ ବିରହ ଦୁଃଖ କେବେ ନଦିଅ ପ୍ରଭୁ ।।


Rate this content
Log in

Similar oriya poem from Abstract