STORYMIRROR

Dr.Sashi Bhushan Mohapatra

Romance Fantasy

3  

Dr.Sashi Bhushan Mohapatra

Romance Fantasy

ଏତେ କାହିଁକି ଭାବିବି

ଏତେ କାହିଁକି ଭାବିବି

1 min
266


ତୁମେ ଆସିଲେ ହିଁ

ମନ ଆକାଶରେ ଜହ୍ନ ଉଇଁବ

ବର୍ଷା ବର୍ଷିବ

ସାତତଳ ପଙ୍କ ତଳୁ

ପଦ୍ମଫୁଲ ଫୁଟିବ ।


ତୁମେ ଆସିଲେ ହିଁ

ପକ୍ଷୀର ଡେଣାରେ

ସଞ୍ଜ ଓହ୍ଲାଇ ଆସିବ,

ମନ୍ଦ ମନ୍ଦ ସଞ୍ଜୁଆ ପବନରେ

ମଲ୍ଲିଫୁଲର ବାସ୍ନା

ଚାରିଆଡୁ ଚହଟି ଆସିବ ।


ତୁମେ ଆସିଲେ ହିଁ

ମନ ଆକାଶ ଉଡ଼ାଣ ଦେବ

ଓଠରେ କମ୍ପନ ହେବ ,

ତୁମ ମୁହଁ ଲାବଣ୍ୟ

ଆଖିରେ ନାଚିବ

ମଧୁବୋଳା ହସରେ

ପ୍ରେମର ଜୁଆର ଉଠି

ହୃଦୟ ନାଚିବ ।


ଏତେ କାହିଁକି ଭାବିବି

ଏତେ ଝୁରିବି,ଏତେ ଜଳିବି

ବିତିଯିବ ଆୟୁଷ ଜାଣିଛି,

ପ୍ରେମ କିନ୍ତୁ ବଞ୍ଚି ରହିବ

ତୁମେ ନ ଆସିଲେ ବି

ଆସିବାର ସ୍ୱପ୍ନ ଦେଖିବି ।



Rate this content
Log in

Similar oriya poem from Romance