STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଏନ୍ତୁଡିଶାଳା

ଏନ୍ତୁଡିଶାଳା

1 min
334

ମଣିଷର ପାଦଚଲା ରାସ୍ତା

ତା'ର ଏନ୍ତୁଡ଼ିଶାଳା

ତାହା ପୁଣି ଶୈଶବର ଧୂଳିଘର

କୈଶୋରର ମାୟାନଗରୀ

ଯୌବନର ସ୍ବପ୍ନପୁରୀ

ଆଉ ବାର୍ଦ୍ଧକ୍ଯର ସ୍ବର୍ଗଦ୍ବାର ।


ଶୈଶବର ପ୍ରତିଟି ମୂହୁର୍ତ୍ତ କଟଇ

ଖୁଁ ଖୁଁ କାଶ ନୁଖୁରା କେଶରେ

କୈଶୋରଟା କେବେ ପାଦ ଥାପେ

କେତେବେଳେ ତା'ର ଅଜାଣତରେ

ଛଡ଼ାଇ ନିଏ ବାଳ ସୁଲଭ ଚପଳତା

ଇଟା ପଥର ଛିଣ୍ଡା କନ୍ଥାରେ ସେ

ହୁଅଇ ବିଭୋର ମାୟାନଗରୀର

ଅସରନ୍ତି ସ୍ବପ୍ନ ଦେଖାରେ ।


ଯୌବନଟା କଟିଯାଏ ଜୀବନର

ଦୁର୍ବିସହ ଘୋଡ଼ା ଦୌଡ଼ରେ

ଯଥା ରିକ୍ସାଟଣା ଚୌକିବୁଣା

ମଟରଚଣା ଦହିବରା ଆଳୁଦମ ବିକ୍ରି

ପକେଟ୍ ମାରୁ ଅବା ଆଉ କେତେ

କେଉଁ ଜଘନ୍ଯ ଘଟଣା

ତାହାର ସଠିକ୍ ହିସାବ

କେହି କେବେ ବି ରଖେନା ।


ଗଣ୍ଡେ ଖାଇ ଦଣ୍ଡେ ଜୀଏଁ

ଏଠି ଜୀବନ ଯୌବନ

କେତେବେଳେ ଶୁଖିଲା ପତ୍ରଟିଏ

ହୋଇ ଅକାଳରେ ଝଡ଼ିଯାଏ

ଜୀବନର ଦୁଃସହ୍ଯ ଝଡ଼ରେ

"କର ବା ମର" ର ତାଡ଼ନାରେ ।


ଜୀବଦ୍ଦଶାରେ ଚିର ଅବହେଳିତ

ହୋଇ ରହେ ସେ ଛାତିରେ

ଜାବୋଡ଼ି ଧରି ତା'ର ଏନ୍ତୁଡ଼ିଶାଳାକୁ

ତିଷ୍ଠିବା ପାଇଁକି ଜୀବନର ମହାସଂଗ୍ରାମରେ ।


ସଭ୍ଯ ଶିକ୍ଷିତ ବିଜ୍ଞ ଲୋକଟି ସିନା

ଭୁଲିଯାଏ ଆପଣାର ମା - ମାଟି - ମାତୃଭୂମିକୁ

କର୍ତ୍ତବ୍ଯର ଦାୟରେ ଅବା ସ୍ଵେଚ୍ଛାଚାରରେ

ହେଲେ ସେ' ପରା ମରେ

ମୁଣ୍ଡଗୁଞ୍ଜି ନିଜ ପ୍ରିୟ ଏନ୍ତୁଡ଼ିଶାଳାରେ

ଜନ୍ମିଥିଲା ଦିନେ ଯେଉଁ ଷଠିଘରେ

ଏଠି ହିଁ ତାର ସ୍ବର୍ଗ ପୁଣି ସ୍ବର୍ଗଦ୍ବାର

କାହିଁ ବା ସେ ଯିବ ଆଉ କେଉଁଠିକୁ

ଖୋଜିଖୋଜି ସୁଖ ଜୀବନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy