STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ହେ ଅବୁଝା ମନୁଷ୍ୟ

ହେ ଅବୁଝା ମନୁଷ୍ୟ

1 min
291

(ରାଗ:- ବଙ୍ଗଳା ଶ୍ରୀ)


ହେ ମନୁଷ୍ୟ ତୁହି    ଏତେ କି ଅଜ୍ଞାନୀ     

   

       ପାଇଛୁ ଦୁର୍ଲ୍ଲଭ ଦେହ         


ଜାତି ଓ ଜାତିରେ     ବିଭକ୍ତ କାହିଁକି 


       କରିଛୁ କିମ୍ପାଇଁ କହ ?


କେହୁ କହୁ ଅଛି      ହିନ୍ଦୁ ପରା ମୁହିଁ ‌   


       କିଏ ଯେ ମୁସଲମାନ


କେହୁ କହୁଅଛି     ଶିଖ୍ ପରା ସେହୁ


     କୁହେ କେହୁ ଖ୍ରୀଷ୍ଟିଆନ !!


ଜାତିର ବ୍ୟବସ୍ଥା    କିମ୍ପା ଜାତି ମଧ୍ୟେ?    

 

      ଦେଖୁ ଅଛି ଏହୁ ନେତ୍ର


ଲାଗେ ନାହିଁ ଲଜ୍ୟା  ‌ଜ୍ଞାନୀ ଓ ପଣ୍ଡିତେ


      ଜ୍ଞାନରେ ଅଜ୍ଞାନ ମନ୍ତ୍ର !!


ନାରୀ ଓ ପୁରୁଷ    ଦୁଇ ଜାତି ପରା     

 

       କରିଛନ୍ତି ସୃଷ୍ଟିକର୍ତ୍ତା


କଲା କେ ବିଭକ୍ତ   କେଉଁ ସ୍ବାର୍ଥ ପାଇଁ 


      ଆଣିଲା ଜାତି କଟୁତା !!


ଜାତି ଜାତି ମଧ୍ୟେ     ଆହୁରି ଭି ଜାତି     


      କରୁ ଛନ୍ତି କେଉଁ କର୍ତ୍ତା


କହି ଦିଅ ଜ୍ଞାନୀ     କିଏ ସେ ଇଶ୍ଵର 


      ସାଜିଛି ଜାତି ନିର୍ମାତା !!


ଶାସ୍ତ୍ର ପଢ ତୁମେ    କୁରାନ ପଢହେ      


     ବୁଝ ଧ୍ୟାନ ଦେଇ ଥରେ 


 ସୃଷ୍ଟିକର୍ତ୍ତାଙ୍କର    ସୃଷ୍ଟି ଏ ବ୍ରହ୍ମାଣ୍ଡ 


     ନାରୀ ପୁରୁଷ ଦୁଇ ରେ !!


ଚାଲିଛି ରାଷ୍ଟ୍ରରେ   ଜାତିର ତାଣ୍ଡବ            


      ଦେଉଛି ଯନ୍ତ୍ରଣା ଅତି


ଜାତି ଓ ଜାତିକୁ    କରନ୍ତି  ବିଭକ୍ତ 


     ସତ୍ତା ଲାଭେ କିମ୍ପା ନିତି ?


କାହିଁକି କଟୁତା   ମନୁଷ୍ୟ ମନୁଷ୍ୟେ             


      କିପରି ନେତା ଅଟୁରେ 


ଶାନ୍ତିରେ ଅଶାନ୍ତ   ଭରୁଛ ସମାଜେ   


     କେବଳ ନିଜ ସ୍ବାର୍ଥରେ !!

     

ଶୁଣ ନେତାଗଣ   ମନ ଦେଇ ଶୁଣ    


      କିମ୍ପା ରାବ ଜାତି ଜାତି?


ନିଜ ସ୍ବାର୍ଥ ପାଇଁ    କର ନା ଅନର୍ଥ


     କର ଦେଶ ପ୍ରତି ପ୍ରୀତି !!

କୁସଂସ୍କାର ଦୂର‌   କରିବା କର୍ତ୍ତବ୍ୟ      


     ନୂଆ ଭାରତରେ ତୋର    

  

 ଅମୃତ ଏ କାଳ   ସମୟ ଉଚିତ 


     ଜାତି ବାଦ ଦୂର କର !!     




Rate this content
Log in

Similar oriya poem from Abstract