STORYMIRROR

Aparti Charan Sethi

Abstract Tragedy

4  

Aparti Charan Sethi

Abstract Tragedy

ମନେ ପଡ଼ନ୍ତି ଦାସେ ଆପଣେ

ମନେ ପଡ଼ନ୍ତି ଦାସେ ଆପଣେ

1 min
212


ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲିଯାଆନ୍ତୁ ପିଠିରେ,

ଦେଶରସ୍ଵରାଜ୍ୟ ପଥେ ଯେତେ ଗାଢ

ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼।"

ଏହି କବିତା ବାଜିଲେ କାନେ

   ଦାସେ ପଡନ୍ତି ମନେ,

ଯାହାଙ୍କୁ ଆଜି ଓଡ଼ିଆ ଜାତି

   ଝୁରୁଛି ପ୍ରତିକ୍ଷଣେ।

ଗୋଟା ପଣେ ସେ ଖାଣ୍ଟି ଓଡ଼ିଆ

   ମାଟିର ମଣିଷଟି,

ଯାହାଙ୍କ ପାଇଁ ଓଡ଼ିଆ ଜାତି

   ବଞ୍ଚିଛି ମୁଣ୍ଡ ଟେକି।

ମାନବ ସେବା ମାଧବ ସେବା

   ଭାବରେ ବ୍ରତୀ ଯିଏ,

ହେଉ ଏ ମାଟି ହେଉ ଏ ଜାତି 

   ଭୁଲି ପାରିବ କିଏ?

କୋଟି ଓଡ଼ିଆ ମ‌ଉଡମଣି‌

   ଯିଏ ଉତ୍କଳ ମଣି,

ଅନ୍ୟର ଦୁଃଖ ଦେଖି ଯାହାଙ୍କ

   ଆଖିରୁ‌ ଗଡ଼େ ପାଣି।

ଧନ୍ୟ ଦୈତାରୀ ପିତା ତାଙ୍କରି

   ମାତା ସେ ସ୍ଵର୍ଣ୍ଣମୟୀ,

ଧନ୍ୟ ଏ ପୁରୀ ଧନ୍ୟ ସୁଆଣ୍ଡୋ

   ଧନ୍ୟ ଉତ୍କଳ ଭୂଇଁ।

ନାଆଁଟି ଗୋପବନ୍ଧୁଟି ସିନା

   ଦରଦୀ ବନ୍ଧୁଟିଏ,

ବାଳୁତ କାଳୁ ତୁଳସୀ ସମ

   ମହକୁଥିଲେ‌ ଯିଏ।

ଅଠର ଶହ ସତସ୍ତରୀ ସେ 

   ନ‌ଅ ଅକ୍‌ଟୋବର,

ଅବତରଣ କରିଥିଲେ ସେ

   ମାନବ କଳେବର। 

"ମଣିଷ ଜୀବନ ନୁହଁଇ କେବଳ

   ବର୍ଷ,ମାସ, ଦିନ, ଦଣ୍ଡ,

କର୍ମେ ଜୀଏଁ ନର କର୍ମ ଏକା ତାର

   ଜୀବନର ମାନଦଣ୍ଡ।"

କର୍ମରେ ଦୃଢ଼ ବିଶ୍ୱାସ ରଖି

   ପରୋପକାର କରି,

ବନ୍ୟା,ମରୁଡ଼ି,ଦୁର୍ଭିକ୍ଷେ ନିଜ

   ପୁତ୍ର ଭାରିଜା‌ ଛାଡ଼ି।

ଭୋକିଲା ମୁଖେ ଚୂଡା ଚାଉଳ

   ଯିଏ ସେ ଦେଇଛନ୍ତି,

ସିଏ ଆମର ଉତ୍କଳ ମଣି

   ସେବାର ପ୍ରତିମୂର୍ତ୍ତି।

ଦୁଷ୍ଟ ବ୍ରିଟିଶ ବିପକ୍ଷେ‌ ଲଢ଼ି

   କାରାବରଣ କଲେ,

ଓଡ଼ିଆ ଭାଷା ସମ୍ମାନ ପାଇଁ

   ଲେଖନୀ ଚଳେଇଲେ‌।

ସେ ସତ୍ୟବାଦୀ ପ୍ରେସ ଆଜି

   ଦାସେଙ୍କୁ‌ ଖୋଜୁଅଛି,

ନିତି ସମାଜ ଖବର ପୃଷ୍ଠା

   ଦାସେଙ୍କୁ‌ ଝୁରୁଅଛି‌।

କୁଆଡେ‌ ଗଲେ ସେ ପଞ୍ଚସଖା

   ସାକ୍ଷୀଗୋପାଳ ସାକ୍ଷୀ,

ସେ ବନ ବିଦ୍ୟା ଳୟ ଆଶ୍ରମ

   ଆଜି ବି କାନ୍ଦୁଅଛି‌।

ଉଣେଇଶିଶହ ଅଠେଇଶର

   ଜୁନ୍ ସତର‌ ଦିନ,

ଆମକୁ ଛାଡି ଦାସେ ଆପଣେ 

   ହୋଇଲେ ‌ବ୍ରହ୍ମଲୀନ‌।

ଏମିତି ଏକ ମହାନ ଆତ୍ମା

   ଆଉ କି ଜନ୍ମନେବେ‌,

ସୁଖ ଦୁଃଖରେ ଆମ ପାଖରେ

   ସତେ କି ଠିଆ ହେବେ?

ମୁଁ ମୂର୍ଖ ହୋଇ କି ଭାଷା କହି 

    କେଉଁ ଉପମା ଦେବି,

ଏତିକି ମାତ୍ର ଶ୍ରୀପଦେ ତାଙ୍କ

    ବନ୍ଦନା କରୁଥିବି‌।



Rate this content
Log in

Similar oriya poem from Abstract