STORYMIRROR

Bijay Prusty

Romance

4  

Bijay Prusty

Romance

ଏମିତି ଭାବନା ଆସେ

ଏମିତି ଭାବନା ଆସେ

1 min
274


ଆଖିରେ ଲାଗିଲା ସପନର ରଙ୍ଗ

ଛାତିରେ ଜଳିଲା ନିଆଁ

ଜାଇ ଜୁଇ ହେନା ମହକି ଉଠିଲେ

ମୁଁ ଖୋଜିଲି ପ୍ରୀତିଛୁଆଁ I

ମଧୁଝରା ରାତି ପ୍ରୀତିରଙ୍ଗା ମନ

ସଖୀ ମୁଖେ ସ୍ମିତହସ

ହୃଦୟେ ଖେଳିଲା ପ୍ରେମର ତରଙ୍ଗ

ଶେଫାଳୀ ଢାଳିଲା ବାସ I

ମନ ହଜିଗଲା କଳ୍ପନା ରାଇଜେ

ନିଦ ହଜାଇଲା ଆଖି

ଆକାଶ ଅଗଣା ତୋଫା ଦିଶୁଥିଲା

ଗୀତ ଗାଉଥିଲା ସଖୀ I

ନିଜଦେହେ ରଙ୍ଗ ବୋଳିହେଲେ ଫୁଲ

ମନ ହୋଇଗଲା ସ୍ଥିର

ଭଅଁର ଗେଟିଏ ଫୁଲେ ଫୁଲେ ଉଡି

ଛୁଆଁଇଲା ଓଠ ତା'ର I

କଦମ୍ବ ବଣରୁ ବଇଁଶୀର ସ୍ୱର

ଶୁଭୁଥିଲା ରହ ରହି

ଥିରି ଥିରି ସ୍ୱରେ ପ୍ରେମ କଥା କିଛି

ସଖି ଦେଉଥିଲା କହି I

ଅଙ୍ଗେ ଅଙ୍ଗେ ମୋର ବେପଥୁ ଜାଗିଲା

ଫଗୁଣର ଛୁଇଁଲା ଦେହ

ଦୁର୍ଘଟଣା କିଛି ଘଟିଯିବ କାଳେ

ମନରେ ଜାଗିଲା ଭୟ I

          


Rate this content
Log in

Similar oriya poem from Romance