ଏଲିଏନ
ଏଲିଏନ
ବୟସ ଗଲାଣି କୋଟିଏ ବର୍ଷର
ବାକି ଜୀବନ ତାହାର କୋଟିଏ
ଦୂର ଏକ ଗ୍ରହ ଅଟେ ତାର ଗୃହ
ଯାହାର ଅଛି ଭାସ୍କର ଗୋଟିଏ I
କିଛି ତା କରିନି ତାହାର ଜୀବନେ
ଅଧା ଜୀବନ ଖାଲିରେ ବିତିଲା I
ମହାକାଶ ଯାନ ଆଲୋକ ଗତିର
ବସି ବସି ଦିନେ ସିଏ ଗଢିଲା I
କେଜାଣି କେମିତି ପାଇଲା ସଙ୍କେତ
ଆକାଶ ଗଙ୍ଗାରେ ଅଛି ଜୀବନ
ପୃଥିବୀ ପୃଷ୍ଠରେ ଭ୍ରମଣ ଇଚ୍ଛାରେ
ଅଧୀର ହୋଇଲା ତାହାର ମନ I
ଯଦି ହୁଏ ଲୋଡ଼ା କରିବ ସେ ଯୁଦ୍ଧ
ଯଦି ମନ ପାଏ ବନ୍ଧୁ ସାଜିବ
ଅଛି ତାହା ପାଶେ ଅସ୍ତ୍ର ଶସ୍ତ୍ର ଯନ୍ତ୍ର
ସଜାଇ ତାହାକୁ ଯାତ୍ରାରେ ଯିବ I
ଦୂରତା କୋଟିଏ ଆଲୋକ ବର୍ଷର
ତଥାପି କରେନି ଟିକିଏ ଭୟ
ନିଜର ଗ୍ରହକୁ କରେ ପରିତ୍ୟାଗ
ଦୂର ଦିଗନ୍ତରେ ରଖି ସେ ଳୟ I
ନିରନ୍ତର ଲକ୍ଷ୍ୟ ଉପରେ ତା' ଆଖି
ଖୋଜେନି କାରଣ ଅବକାଶର
ବିଦାରେ ତାହାର ସୁସଜ୍ଜିତ ଯାନ
ଘନ ଅନ୍ଧକାର ମହାକାଶର I
