ଏକାନ୍ତର ଅଭିଳାଷା
ଏକାନ୍ତର ଅଭିଳାଷା
ପରିଚୟରେ ମୁଁ ଏକ ବିଦେଶ ଫେରନ୍ତା ବ୍ୟକ୍ତି
ଏଥିରେ ଆଦୌ ନାହିଁ ଅଟୁକ୍ତି
ଅଛି ମୁଁ ଓମିକ୍ରନର ବଦନାମ ଗଳିରେ
ବାରିକେଡର କଡା ବନ୍ଧନୀ ଭିତରେ ।।
ଭାବିଥିଲି ସ୍ନେହ ବରଷିବ ମାତା ପିତାଙ୍କର
ପାଛୋଟି ନେବେ ଭାଇ ଭଉଣୀ ପାଇବି ଆଦର
କିନ୍ତୁ ବନ୍ଦି ମୁଁ ନିଶିଦ୍ଧ ଇଲାକାର ଏକ କଠୋରୀ ଭିତରେ
ଆଞ୍ଚୁଳାଏ ସ୍ବପ୍ନ ସହିତ ଏକାକୀ ଜୀବନରେ ।।
ଇଚ୍ଛାଥିଲା ଡିସେମ୍ବର ଶେଷ ଶୀତ ରାତିର ସାଉଁଟିବି ସ୍ମୃତି
ହୃଦୟରେ ସାଇତିବି ନୂଆବର୍ଷର ବିଶେଷ ଅନୁଭୂତି
ଝରକାର ଆରପାଖରୁ ଦେଖିଲି ଅରୁଣ ଉଦୋୟ ନୂତନ
ମନ ମଧ୍ୟେ ଗ୍ଲାନି ସହ, ମୋର ବଢୁଥାଏ ଅଭିମାନ ।।
ଦେଖିଲି ମୁଁ ଷଡ଼ଯନ୍ତ୍ର କାରୀ ସଂକ୍ରମଣର ଭୟାନକ ଚେହେରା
କଠୋର ନୀୟମାବଳୀ ସହିତ,ସର୍ତ୍ତାବଳୀ ଭରା
ଲାଗୁଛି ପ୍ରତିଶୋଧ ପରାୟଣ ହୋଇଛି ଏହି ସଂକ୍ରମଣ
ଭୟାନକ ରୂପେ ଗ୍ରାସୁଛି ମନୁଷ୍ୟ ଜୀବନ ।।
ଅବଶୋଷର ଧୂଆଁରେ ମନ ପ୍ରତି ମୁହୁର୍ତ୍ତରେ ବିଚଳିତ
ସମସ୍ତ ବନ୍ଧନ ଲାଗେ କୁହୁଡ଼ିରେ ଲୁକ୍କାୟିତ
ଏହି ବିଷାକ୍ତ ସହରର ବନ୍ଦୀ କଠୋରୀରୁ କେବେ ପାଇବି ମୁକ୍ତି
ସପନେ କାବ୍ୟ ନାୟିକା କରୁଛି ମୋ ଯୁକ୍ତି ।।
ନିକଟତର କରାଇଥିଲା ଅଦିନିଆ ବର୍ଷା ଦୁହିଁଙ୍କୁ
ଭାବିଲେ ସେ ଦୃଶ୍ୟ କଷ୍ଟ ଦିଏ ମନକୁ
ଲଜ୍ଜାନତ ମୁଖ ତା'ର କଜ୍ଜଳ ଗାର ଟଣା ନୟନ
ଓଠ ତଳ ହସ ମାଗେ ଏକ ଉଷ୍ଣ ଚୁମ୍ବନ ।।
ଯେଉଁଭଳି ୨୬ ଜାନୁଆରୀରେ ବନିଥିଲା ଭାରତର ସମ୍ବିଧାନ
ରଚା ଯାଇଥିଲା ଦେଶ ଚଳାଇବାର ନିୟମ ମାନ
ମୁଁ ମଧ୍ୟ ମାନିଲି ସମସ୍ତ ସର୍ତ୍ତାବଳୀ ଓମିକ୍ରନର
ପରିବାର ଜନଙ୍କୁ ଶୀଘ୍ର ଫେରି ପାଇବାକୁ ମନ ।।
ହେ ନ୍ୟାୟଧୀଶ ଶୁଣ ଏ ନିରିହ ପ୍ରାଣୀଙ୍କ ଗୁହାରି
ହାତଯୋଡି ବିନତି କରୁଛନ୍ତି ସମସ୍ତ ନରନାରୀ
ଜଗତର ଶ୍ରେଷ୍ଠ ପ୍ରାଣୀ ଉପରେ ବରଷାଅ ଆଶିଷ
ସମଗ୍ର ବିଶ୍ଵ ଦରବାରେ ବିଞ୍ଚି ଦିଅ ହସ ।।