STORYMIRROR

MADHU MITA

Fantasy

3  

MADHU MITA

Fantasy

ଏକାନ୍ତ ନିଜର

ଏକାନ୍ତ ନିଜର

1 min
263


ପ୍ରତି ଶ୍ୱାସ ପ୍ରଶ୍ଵାସରେ

ପ୍ରତି ଆଶା ବିଶ୍ୱାସରେ

ଚାଲୁଥିବ ସାଥୀ ହୋଇ

ସଂଜ ଆଉ ପ୍ରତ୍ୟୁଷ ରେ ।


ରହିଥିବ ପାଶେ ସଦା

ସଙ୍ଗେ ଥିବ ସେ ସର୍ବଦା

ଏକାକୀ କରି ଯିବନି ସେ

ରଖିବ ମୋ ମାନ ମର୍ଯ୍ୟାଦା ।


ସେ ମୋ ଅତି ଅନ୍ତରଙ୍ଗ

ଇନ୍ଦ୍ରଧନୁ ସମ ଯା ରଙ୍ଗ

ସବୁ ଓଠେ ଫୁଟାଇ ହସ

ପୂଲକାଇଦିଏ ମୋ ଅଙ୍ଗ ।


ସେ ଯେ ମୋର ଆପଣାର

ସ୍ବପ୍ନ ମୋ ସେ କରେ ସାକାର

ଦିବା ରାତ୍ରି ପାଖେ ଥାଏ

କେବେ ମୋତେ ନକରି ପର।


ଭାବନାର ତନ୍ତୁ ନେଇ

ଶବ୍ଦ ନିଶବ୍ଦ ଚିତ୍ର ଲଗାଇ

ରଚେ ନିତ୍ୟ ମୋ ଆଭୂଷଣ

ଚିତ୍ରକାର ସେ ମୋ ଦୃଶ୍ୟପଟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy