ଏକାନ୍ତ ନିଜର
ଏକାନ୍ତ ନିଜର
ପ୍ରତି ଶ୍ୱାସ ପ୍ରଶ୍ଵାସରେ
ପ୍ରତି ଆଶା ବିଶ୍ୱାସରେ
ଚାଲୁଥିବ ସାଥୀ ହୋଇ
ସଂଜ ଆଉ ପ୍ରତ୍ୟୁଷ ରେ ।
ରହିଥିବ ପାଶେ ସଦା
ସଙ୍ଗେ ଥିବ ସେ ସର୍ବଦା
ଏକାକୀ କରି ଯିବନି ସେ
ରଖିବ ମୋ ମାନ ମର୍ଯ୍ୟାଦା ।
ସେ ମୋ ଅତି ଅନ୍ତରଙ୍ଗ
ଇନ୍ଦ୍ରଧନୁ ସମ ଯା ରଙ୍ଗ
ସବୁ ଓଠେ ଫୁଟାଇ ହସ
ପୂଲକାଇଦିଏ ମୋ ଅଙ୍ଗ ।
ସେ ଯେ ମୋର ଆପଣାର
ସ୍ବପ୍ନ ମୋ ସେ କରେ ସାକାର
ଦିବା ରାତ୍ରି ପାଖେ ଥାଏ
କେବେ ମୋତେ ନକରି ପର।
ଭାବନାର ତନ୍ତୁ ନେଇ
ଶବ୍ଦ ନିଶବ୍ଦ ଚିତ୍ର ଲଗାଇ
ରଚେ ନିତ୍ୟ ମୋ ଆଭୂଷଣ
ଚିତ୍ରକାର ସେ ମୋ ଦୃଶ୍ୟପଟର।
