ଏକାକୀ ଜୀବନ
ଏକାକୀ ଜୀବନ
ଦାରୁଣ ଦଇବ ଦେଇଛି ଦୁଃଖ
କରୋନା ପୋଛିଛି ସବୁରି ହସ ।
ଦୁଃଖେ ସୁଖେ ଚାଲିଥିଲା ତ ଘର
କେଜାଣି ପଡିଲା କାହା ନଜର ।
କରୋନା ଉଜାଡି ଦେଲା ସଂସାର
ବାପା ଫେରିଲେନି କରୋନା ଫାଶୁ ।
ଜୀବନ ଯୁଦ୍ଧ ରେ ମାଆ ବେକାବୁ
ଜୀବନ ରାସ୍ତା ରେ ଏକାକୀ ଆଜି।
ବନଜା ଭାବୁଛି ଆଶ୍ରମେ ବସି
କୋଳରେ ତାହାର ସାନ ଭାଇଟି ।
କଥା କହେ ତା ନୀରିହ ଆଖି
ଜୀଇଁ ବାକୁ ହେବ ପରା ତା ଲାଗି ।
ଚାଲିବାକୁ ଅଛି ପଥ ବହୁଦୂର
ବାଟ ତ ରହିଛି ଆହୁରି ବାକି ।
ଚାଲିଛି ଚାଲିବି ନ ପଡିବି ଥକି
ମୁଦିବା ଆଗରୁ ତ ଏଇ ଆଖି।
