STORYMIRROR

BULU BEHERA

Romance Classics Fantasy

3  

BULU BEHERA

Romance Classics Fantasy

ଏକ ତରଫା ପ୍ରେମ🌹

ଏକ ତରଫା ପ୍ରେମ🌹

1 min
211



ମୁଁ   ଚିହ୍ନିନି  କି  ଜାଣିନି


ତୁମ  ପ୍ରେମରେ  ପଡିନି  କି

  

କେବେହେଲେ  ପଡ଼ିବିନି l



ହେଲେ ମୋତେ ଗୋଟିଏ  ଜିନିଷ


ତୁମର  କାହିଁକି  କୁହ 


ସବୁଠାରୁ  ବେଶୀ ଭଲଲାଗେ


ମୁଁ   ମଧ୍ୟ  ଜାଣି ପାରୁନି l



ତାହା ତୁମର  ଚୋରା  ଚାହାଣୀ


ଆଉ  କହିବାର  ଯୋ ଠାଣି,


ଖାଇ  ବସିଲେ  ତୁମ   ମୁହଁ


ପଢିଲା ବେଳେ  ତୁମ  ହସ


ମୋ ମନକୁ  ଆନ୍ଦୋଳିତ  କରୁଛି :


ମୋ ଆଖିରେ  ତୁମେ ଖାଲି 


ଲାଖି  ରହିଲା  ପରି   ଲାଗୁଛ


>ମୋ ପ୍ରତି କଥାରେ , ଚାଲିରେ


ତୁମ  କଥା  ସବୁ  ଭlବେ,


ଏସବୁ  ମୋତେ କାହିଁକି


ଏମିତି  ଲାଗୁଛି  ମୋତେ


ମୁଁ  ଜମାରୁ  ବୁଝିପାରେନାହିଁ l



ମୋ ମନ  ବିବେକ  ମୋତେ


ଗୁଣୁଗୁଣୁ ହୋଇ  କାନେ କହନ୍ତି


ତୁ ଯାଇ  କହିଦେ  ତାକୁ


ମନେ ମନେ  ଭଲ ପାଉଛି  ବୋଲି


ହେଲେ ମୁଁ  କେମିତି  କହିବି


ମୋତେ ଭାରି  ଲାଜ  ଲାଗୁଛି


ଏଭଳି  ଏକ  ତରଫା  ପ୍ରେମ  


ଚାଲିଛି ଆଉ  ଆଗକୁ  ମଧ୍ୟ  ଏମିତି  


ସେ  ଜାଣିଲା  ଯାଏଁ  ଚାଲିଥାଉ l


   


Rate this content
Log in

Similar oriya poem from Romance