STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ତା ଇଚ୍ଛାରେ

ତା ଇଚ୍ଛାରେ

1 min
251

ତା ଇଚ୍ଛାରେ ଝରିଯାଏ

ଅଭିମାନର ଅସରାଏ ମେଘ,

କେବେ ସେ ଭିଜାଏ ହସି

କେବେ କାହିଁ ହଜେ ତା ସରାଗ।।


ତା ଇଚ୍ଛାରେ ଜଳିଯାଏ

ଭାବନାର ନବ ଦୁର୍ବାଦଳ,

ଇପ୍ସିତ ତା ଶ୍ୟାମଳ ଆଖିରେ

କେବେ ଦିଶେ ଆଶାର ଅନଳ।।


ତା ଇଚ୍ଛାରେ ଅଙ୍କୁରିତ

ଜୀବନର ନବ ସବୁଜିମା,

ଫୁଟିଉଠେ କେବେ ମଲ୍ଲୀ

ପ୍ରଣୟର ବିଶୁଦ୍ଧ ଗାରିମା।।


ଇଚ୍ଛା ତାର ଅମାନିଆ

ବିପଥରେ ପଥ ଖୋଜି ବସେ

ଅଳସ ଛାତିରେ କେବେ

ଭରିଦିଏ ଫୁର୍ତ୍ତିର ସୁବାସେ।। 


ତା ଇଚ୍ଛା ଜିଦିଆ ଭାରି

ବାଧ୍ୟ କରେ କୋମଳ ଆହ୍ଵାନେ,

ସମ୍ମୋହିତ ହୁଏ ମୁଁ ସଦା

ତା ଖିଆଲି ଅଭୀଷ୍ଟର ପ୍ରଲୁବ୍ଧ ସମ୍ମାନେ।। 


ତଥାପି ତା ଇଚ୍ଛା ସଦା

ସୁପ୍ତ ମୋର ଚିତ୍ତ ତଳେ ବଜାଏ ରାଗିଣୀ

ଝୁଣ୍ଟି ମୁଁ ଆହତ ହୁଏ

ତଥାପି ଆନନ୍ଦେ ଗାଏ ତାର ଆବାହନୀ।। 


ତା ଇଚ୍ଛାରେ ଚଇତିର

ବହିଯାଏ ମଧୁର ସୁବାସ,

ଜୀବନ ତା ଇଚ୍ଛା ବିନା

ଋତୁହୀନ ଏକ ଦୀର୍ଘଶ୍ଵାସ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance