Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Romance

4  

Henarani Senapati

Romance

ଓଜନ ଦାର ପ୍ରେମ

ଓଜନ ଦାର ପ୍ରେମ

1 min
406


ତୁମ ମୋ ସମ୍ପର୍କ କ୍ଷୀର ନୀର ପରି

ସୁସମ୍ପର୍କେ ଫାଟ ନାହିଁ ।

ହୃଦୟ ରୁ ଯାତ ପ୍ରତିଶ୍ରୁତି ତୁମ

ସ୍ବର୍ଣ୍ଣାଭ ସୁବର୍ଣ୍ଣ ଯହିଁ ।।

ଅପର୍ଯ୍ୟାପ୍ତ ସ୍ନେହ ଢାଳିଦିଅ ତୁମେ

ଲେଉଟାଣି ଖୋଜ ନାହିଁ ।

ମର୍ୟାଦାପୁରୁଷ ରାମ ଚନ୍ଦ୍ର ପରି

ସତ୍ୟ ପଥେ ମିଥ୍ୟା ନାହିଁ ।।

ଅଭିଯୋଗ ତୁମ ପୁଷ୍ପାଞ୍ଜଳୀ ପରି

ମୋ ମନ ମନ୍ଦିର ଧୁଏ ।

ଅପବିତ୍ର ମନ ପବିତ୍ର କରାଇ

ତୁମ ସାନ୍ନିଧ୍ୟ ମୁଁ ପାଏ ।।

ତୁମ ଅଭିମାନ ମାଙ୍ଗଳିକ ଶଂଖ

ଆହ୍ବାନ କରେ ମନକୁ ।

ଟାଣି ହେଇ ଯାଏ ଚିରସ୍ରୋତା ପରି

ମୁଁ ଯେ ତୁମ ହୃଦୟକୁ ।।

ତୁମ ମିଠା କଥା ବୀଣା ନାଦ ଦିଏ

କର୍ଣ୍ଣ ଗହ୍ବର ରେ ମୋର ।

ସତେ କି ଅପାର ଆନନ୍ଦ ଅଜାଡ

ଅନୁଭବ ହୁଏ ମୋର ।।

ପ୍ରେରିତ ପ୍ରେମ ରେ ବନ୍ଦୀ କରି ମତେ

ବାହୁ ବନ୍ଧନରେ ବାନ୍ଧ ।

ନଛାଡ ଚଞ୍ଚଳ ଅଳି କରେନି ମୁଁ

ବେଶରମେ ହୁଏ ଅନ୍ଧ ।।

ପ୍ରେମେ ପ୍ରତାରଣା ଦିଅ ନାହିଁ ତୁମେ

ଦୃଢ ଜବାବ ପରସ ।

ନିଜଠୁ ନିଜସ୍ବ କରିନିଅ ମତେ

ପ୍ରତିଶୃତି ଦେଇ ବସ ।।

ମୋ ମୁହଁ ଫୁଲିଲେ ଦୁଃଖ ପାଅ ତୁମେ

ସ୍ନେହ ର ଚୁମ୍ବନ ଦିଅ ।

ଝରଝର କରି ଅଶ୍ରୁ ଢାଳି ଦିଅ

ହୃଦୟ ମୋ ଧୋଇ ଦିଅ ।।


Rate this content
Log in

Similar oriya poem from Romance