STORYMIRROR

Satyabati Swain

Romance

4  

Satyabati Swain

Romance

ତୁ

ତୁ

1 min
407

ତୋତେ ଭାବିଲେ

ମନ ଉଡେ ମେଘ ଛୁଇଁ

ଦେଖିଲେ

ମନରେ ଇନ୍ଦ୍ରଧନୁର ହସ

ତୋ ସହ କଥା ହେଲେ

ମିଳିଯାଏ ଅୟୁତ ଶାନ୍ତି, ଆନନ୍ଦ।


ତୋ ସଂଗେ କଥା ହେବା ପାଇଁ

ବାହାନା ଖୋଜେ

ତୋତେ ନେଇ କେତେଟା ପୃଥିବୀ

ତିଆରି କରେ

ମନ ଚଢେଇ

ତୋ ସହ ଉଡେ କଳ୍ପନା ଆଖିରେ।


ଗଜର ଗଜର ପ୍ରେମ

ଥୋପା ଥୋପା ବହି ପଡେ

ପାହାଡ଼ ଫଟାଇ ମଞ୍ଜିଟେ

ଦୁଇ ପତ୍ର ମେଲି ବାହାର

ଅନ୍ଧାର ମାପେ।


ଚିଲକୁ ଡରେ

ନିଜକୁ ଲୁଚେଇବି ତ କେଉଁଠି ?

ଘର ଭିତର ବାହାର ବା

ବାଘରେ ଭର୍ତ୍ତୀ

ଟାଣିନେବେ ଦିନ ଦି ପହରେ

"ତୁ" ମୋର ଗୋଟେ

ସୁରକ୍ଷିତ ପୃଥିବୀ ହେବୁ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance