STORYMIRROR

puja pradhan

Romance Inspirational

4  

puja pradhan

Romance Inspirational

ମନେ ପଡ଼ ତୁମେ

ମନେ ପଡ଼ ତୁମେ

1 min
225

କହିବାର ଥିଲା ଯାହାତ ତୁମକୁ

କେବେଠୁ କହି ସାରିଛି

ତୁମେବି ଜାଣିଛ ଏହି ମନ ମୋର

ତୁମକୁ କେବେଠୁ ଦେଇ ସାରିଛି

କାହିଁକି କେଜାଣି ଜାଣି ଜାଣି ତୁମେ

ଅଜଣା ପରି ହୁଅ

କାହିଁକି କେଜାଣି ସବୁଜାଣି

ଏତେ କଥା କାହିଁ କୁହ

ଏଜୀବନରେ ମୋର କିଛି କଥା

ତୁମକୁ ଲୁଚାଇ ନାହିଁ

ତୁମକୁ ନକହି କେବେବି କାହିଁକି

କିଛି କାମ କରିନାହିଁ

କାହାକୁ କିଛିବି ପଚାରି ପଚାରି

ନିଜ ପାଖେ ନିଜେ ହାରିଗଲି

ଏମିତି ଗୋଟିଏ ମୁହୂର୍ତ୍ତ ବି ନାହିଁ

ତୁମକୁ ନ ଖୋଜିଛି ବୋଲି

ଗାଁ ବଦଳିଛି ଘର ବଦଳିଛି

ବଦଳିଛି ପରିଚୟ

ନିଜର ସଭିଏଁ ଥାଇବି କାହିଁକି

ଆଜି କିଛି ନାହିଁ ପରିଚୟ

ପୁରୁଣା ଠିକଣା ବିହୀନ ସେ ଚିଠି

ତୁମ ହାତକୁ ଆସିଛି

ଅନେକ ଦିନର ସେହି ପ୍ରେମ

ସତରେ ଆମକୁ ବାନ୍ଧି ରଖିଛି

କେତେଯେ ହଜେଇ ପାଇଛି ତୁମକୁ

ସେକଥା କହି ପାରେନା

ପ୍ରତିଟି ମୁହୂର୍ତ୍ତ ତୁମଠୁ ଦୁରକୁ

କାହିଁକି କେଜାଣି ଯାଇପାରେନା

ଲାଗୁଛି ଯେମିତି ଅନେକ ଦିନର

ଖୋଜିବା ସରିଯାଇଛି

ହେଲେବି ତୁମର ସେହିସବୁ ସ୍ମୃତି

ମୋମନରେ ସବୁଦିନ ପାଇଁ ଘର କରିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance