ଏକ ଶିକ୍ଷା ସହାୟକ ର ଦୁଃଖ
ଏକ ଶିକ୍ଷା ସହାୟକ ର ଦୁଃଖ


ବୋଉଲୋ
ତୋତେ ଯେ କେମିତି ବୁଝେଇବି
ମୁଁ ନିଜେ ବୁଝିପାରୁନି
ବୋହୁଟିଏ ଦରକାର ବୋଲି
ଅଭିମାନ କରୁଛୁ
ଓଷାବ୍ରତ କରୁଛୁ
ବାରଘରେ କାମକରି ଦିନରାତି ଖଟି
ପାଠ ପଢେଇଲୁ
ଯେଉଁଦିନ ଚାକିରୀ ଖଣ୍ଡେ ପାଇଲି
ତୋର ଖୁସି କହିଲେ ନସରେ
ଚାରିଆଡେ ଧେଣ୍ଡୁରା ବାଡେଇ କହି ବୁଲିଲୁ
ମୋ ପୁଅ ଚାକିରୀ ପାଇଛି
ସୁନାନାକ୍ଷୀ ବୋହୁଟିଏ ଆଣିବି
ଘର ହସି ଉଠିବ, ଦୁଃଖ ଚାଲିଯିବ
ହେଲେ ବୋଉ ମୁଁ ଯେ
ଶିକ୍ଷାସହାୟକ ଚାକିରିଟେ ପାଇଛି
ଦରମା ମାତ୍ର 9
000
ତାହା ପୁଣି ଛଅ ବର୍ଷ ପର୍ଯ୍ୟନ୍ତ
ତୁ ଓ ମୁଁ ଥିଲୁ
ଘର ଭଡା 3000 ଟଙ୍କା
ବାକି 6000 ରେ
ଜେନକେନ୍ ଘର ଚଳିଯାଉଥିଲା
ପୁଣି ଜିଦ ଧରିଛୁ ବୋହୁଟିଏ ଆଣିବି
ଘର ଯେ କେମିତି ଚାଲିବ
ଏହା ହିଁ ମୋ ଚିନ୍ତା
ହେଲେ ବୋଉ ତୋ ଖୁସିରେ
ମୁଁ ବନ୍ଧା ପଡିଯାଇଛି
ତୋତେ ବୁଝେଇବାକୁ ଚେଷ୍ଟା କରୁନି
କାଳେ ତୋ ମନରେ
ଦୁଃଖ ଆସିଯିବ
ହେଲେ ବୋଉ
ବୋହୁଟିଏ ଆଣିଲା ପରେ
କେମିତି ଯେ ପରିବାର ଯେ ଚଳିବ
ମୁଁ ନିଜେ ବୁଝିପାରୁନି
କଣ କରିବି ବାଟ ପାଉନି.....