ଏଇ ତ ଜୀବନ
ଏଇ ତ ଜୀବନ
ବାସ୍ତବିକ୍ ଏଇ ତ ଜୀବନ
ଯେଉଁଠି ଉଚ୍ଚାଭିଳାଷ ପୋଷଣ
କେବଳ ମାନସିକ ସନ୍ତୁଳନ ମାତ୍ର ,
ସମାଜ ପାଇଁ ତ ସ୍ବାଭିମାନ ବଡ଼
ନା ଆତ୍ମବଡିମା, ନା ଆଭିଜାତ୍ୟ ?
ସ୍ୱାଧୀନତା ତ ସମସ୍ତଙ୍କ ପ୍ରାପ୍ଯ
ତଥାପି ଅଧିକାର ଏଠି ଅବାଞ୍ଛିତ ,
କ୍ଷମତା ପୁଣି ବୃହତ୍ କନ୍ଦଳ
ସେଥିପାଇଁ ବି ଆଇନ ଅସାର
ହେଲେ ସବୁପରେ ବି ଭୂତ ,ଭୟ ଓ କଙ୍କାଳ
ଦାରିଦ୍ର୍ୟ, ଦୁର୍ବଳ ଆଉ ଦୁର୍ଘଟଣା ବହୁଳ
ଏଇ ତ ଜୀବନ !
ବୃକ୍ଷ ମୂଳରେ ତ କେବେ ରାସ୍ତା କଡରେ
ନିଶ୍ଚିହ୍ନ ବର୍ତ୍ତମାନ, ଭୂତ ଭବିଷ୍ୟ
ଭୋକିଲା ,ଶୋଷିଲା, ଶୁଖିଲା
ଶୁଷ୍କ, ମଳିନ, ରୁଗ୍ଣ ମୁଖମଣ୍ଡଳ
ଯୋଡିଥାଏ କଅଁଳ ହାତ ।
ଏଇ ଯେ ସ୍ୱାଧୀନ ଦେଶ
ପରାଧୀନତାର ବନ୍ଧନରୁ ମୁକ୍ତ
ତଥାପି ଭବିଷ୍ୟତ ନୁହେଁ ସୁରକ୍ଷିତ ,
ସଂଘର୍ଷମୟ ପ୍ରତିଟି ମୁହୂର୍ତ୍ତ
ବାସ୍ତବିକ୍ ଏଇ ତ ଜୀବନ।