ଏଇ ସଂପର୍କର ଚାରିକାନ୍ଥ ତୋଳି
ଏଇ ସଂପର୍କର ଚାରିକାନ୍ଥ ତୋଳି


ଏଇ ସମ୍ପର୍କର ଚାରିକାନ୍ଥ ତୋଳି
ତୁମକୁ କରିଛି ବନ୍ଦୀ
ଏଇ ସମ୍ପର୍କ ଚାରିକାନ୍ଥ ତୋଳି
ତୁମକୁ କରିଛି ବନ୍ଦୀ
ସହଜରେ ଆଉ ମୁକୁଳିବା ପାଇଁ
ମିଛରେ ହେବନି ଧନ୍ଦି !
ମନ ସିମେଣ୍ଟରେ ଲୁହ ହସ ଫେଣ୍ଟି
କରିଛି ବଢ଼ିଆ ପାଗ
ପ୍ରେମ ଇଟା କେବେ ଭୁଷୁଡ଼ିବ ନାହିଁ
ସନ୍ଦେହ ଘୃଣାର ରାଗ,
ସୋହାଗରେ ଖୁସି ଜୀବନଟା ଭଲା
ବାହୁରେ ଗଳାକୁ ଛନ୍ଦି
.........ଏଇ ସମ୍ପର୍କର ଚାରିକାନ୍ଥ ତୋଳି
ତୁମକୁ କରିଛି ବନ୍ଦୀ ! ୧ !
ଚାରିକାନ୍ଥେ ଥାଇ ଅସୁମାରୀ ସ୍ବପ୍ନ
ଆଶାର ଗଜଲ୍ ତୋଳି
ଆପଣାର ତୁମେ ମହା ଅନୁଭବ
ସାବାସ୍ ଜୀଇବା ତାଳି,
ଭୁଲିବାର କେବେ ଭାବିନି ମୋ ରାଣେ
ବୁଲିନି ସତର କନ୍ଦି
.........ଏଇ ସମ୍ପର୍କର ଚାରିକାନ୍ଥ ତୋଳି
ତୁମକୁ କରିଛି ବନ୍ଦୀ ! ୨ !