STORYMIRROR

Amit Bal

Tragedy

4  

Amit Bal

Tragedy

ଏଇ ମୋ ଜୀବନ ଗୀତ

ଏଇ ମୋ ଜୀବନ ଗୀତ

1 min
242

ନିଜର ପ୍ରତ୍ୟୟ ପ୍ରବାହକୁ ନେଇ ମୁଁ ବିଭୋର

ସ୍ୱପ୍ନରେ ସ୍ମୃତିରେ ଦିନରେ ରାତିରେ ନିରନ୍ତର,

ମୁଠାଏ ସ୍ନେହରେ ବନ୍ଧା ମୋ ଜୀବନର ଡୋର

ତଥାପି ଭ୍ରମିତ, କେ ମୋତେ କରେ ବାରମ୍ବାର,


ମୁଁ ଖୋଜିବାକୁ ବାଧ୍ୟ ହୁଏ ମୋ ନିଜ ଅସ୍ତିତ୍ଵକୁ

ଏପଟେ ସେପଟେ ଅନିଶା କରେ, କାହା ଡାକକୁ,

ଯାଇ ଛିଡ଼ା ହୁଏ ଏକାଏକା ମୁକୁଳା ବିସ୍ତୀର୍ଣ୍ଣ ପ୍ରାନ୍ତରେ

ଜ୍ୟୋତ୍ସ୍ନାର ଚାଦର ଘୋଡି ସେଇ ନିସ୍ତବ୍ଧ ରାତିରେ,


ରବିବାସରୀୟ ସକାଳର ଆହ୍ଲାଦକୁ ମୁଁ ଆଜି ବି ଝୁରେ

ଭଙ୍ଗା ମାଟି ଖେଳନାରେ,ତାଲା ବନ୍ଦ ସେ ପୁରୁଣା ଘରେ,

ଏବେ ଖରା ନାହିଁ,ଅଛି ମାଟିରୁ ଆକାଶ ଯାଏ ଲମ୍ବା ଛାଇ

ବେହିସାବ ସମୟ ମୋ ପାଶେ,ହେଲେ ଖେଳନା କାହିଁ !


ହୃଦୟ ମୋ କେଉଁ କାଳୁ, ସତେକି ସ୍ପନ୍ଦନ ଶୂନ୍ୟତା

ଅବାଧ୍ୟ ମୁହୂର୍ତ୍ତ ସାଥେ କରିଛି ସେ ଅତୁଟ ବନ୍ଧୁତା,

ଜାଣେ ମୋ ଅଛିଣ୍ତା ଗଣିତରେ,ତା' ନେବା ଦେବା ନାହିଁ

ସେ କବିତା ଲେଖେ ବସି ମୋ ଜୀବନ ଗୀତକୁ ନେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy