STORYMIRROR

pranati Mahapatra

Fantasy Inspirational

3  

pranati Mahapatra

Fantasy Inspirational

ଏହି ଜହ୍ନରାତି

ଏହି ଜହ୍ନରାତି

1 min
181

ମଧୁର ଶୁଭ୍ର ସୁଶୀତଳ ତାର 

ଜ୍ୟୋତ୍ସ୍ନା ମନ ମୋହିନିଏ,

ଦୁଇ ପକ୍ଷ ମଧ୍ୟେ ଶୁକ୍ଳପକ୍ଷ ଆହା

ଭୁଲି କି ପାରିବ କିଏ।


କୁଆଁର ପୁନେଇଁ କୁଆଁରୀ ବାଳା ତ 

ଜହ୍ନିଫୁଲେ ଜହ୍ନ ପୁଜେ,

ଭାଇ ଶୁଭ ପାଇଁ ତୁଳସୀଙ୍କୁ ପୂଜି

ନାନା ଚିତ୍ରେ ବିରାଜେ।


କୁଆଁର ପୁନେଇଁ ଜହ୍ନଗୋ ଫୁଲ 

ବଉଳବେଣୀ ସୁରରେ,

ଜହ୍ନରାତି ମନେ ଆଣେ କେତେ ସ୍ମୃତି

ପୂଜିବା ତ ଭକ୍ତିଭରେ।


ଆମ ଏହି ଜହ୍ନ ତା ଦିବ୍ୟଜ୍ୟୋତିରେ

ଅନ୍ଧାରକୁ କରି ଦୂର,

ଆମରି ହୃଦେ ଅପୂର୍ବ ପୁଲକ ଭରି 

ଖୁସି ଦିଏ ଭରପୁର



Rate this content
Log in

Similar oriya poem from Fantasy