ଏ ନେତ୍ର ଦେଖିଛି ଅପୂର୍ବ ରୂପ
ଏ ନେତ୍ର ଦେଖିଛି ଅପୂର୍ବ ରୂପ


ଥିଲା ଟି ବୟସ ଦଶ ବର୍ଷ ମୋର
ଦେଖି ଥିଲି ସେହୁ ରୂପ,
ତପ୍ତ ଲୁହା ପରି ହନୁମାନ ରୂପେ
ଭ୍ରମଣ ଆକାଶେ ରୂପ ।
ଜ୍ୟେଷ୍ଠ ମାସ ପୁଣି ଗରମ ପ୍ରଖର
ଅତି ଭୟଙ୍କର ରାତି,
ବାହାରେ ସମସ୍ତେ ଶୋଇ ଥିଲେ ସବୁ
ପ୍ରଖର ଗରମ ରାତି ।
ନ ଥିଲା ବିଜୁଳି ନ ଥିଲା ଟି ପଂଖା
ଥିଲି ଶୋଇ ମୁଁ ବାହାରେ,
ଖଟିଆ ଉପରେ ଶୋଇ ଥିଲି ମୁହିଁ
ଥେଖୁ ଥିଲି ଆକାଶରେ ।
ତପ୍ତ ଲୁହା ପରି ହନୁମାନ ରୂପେ
ଆକାଶରେ ଟି ଭ୍ରମଣ,
ଦେଖୁ ଥିଲି ମୁହିଁ ଧ୍ୟାନ ଓ ଭକ୍ତିରେ
ନୀଳ ଆକାଶେ ଭ୍ରମଣ ।
>
ସତ୍ୟ ବଚନଟି ମିଥ୍ୟା ନାହିଁ କିଛି
ଅପୂର୍ବ ରୂପ ଦର୍ଶନ,
କମ୍ପୀ ଯାଏ ଦେହ ମନେ କଲେ ସେହୁ
ହନୁମାନଙ୍କ ଦର୍ଶନ ।
ତାଙ୍କରି ଧ୍ୟାନରେ ଭକ୍ତିପୂର୍ଣ୍ଣ ମନ
ଥିଲା ଟି ଦେବ ଦର୍ଶନ,
ପରମ ଭକ୍ତର ରୂପ ଦେଖି ଥିଲି
ମିଳୁ ସେ ସଦା ଦର୍ଶନ ।
ରାମ ପ୍ରଭୁଙ୍କର ଶ୍ରେଷ୍ଠ ଭକ୍ତ ସେହୁ
ନୟନେ ଦେଖିଛି ରୂପ,
ସେହୁ ରୂପ ଆଜି ଶକ୍ତି ଦେଉ ଅଛି
ସ୍ମରଣେ ପବିତ୍ର ରୂପ ।
ଥିଲା ଟି ବୟସ ଦଶ ବର୍ଷ ମୋର
ଦେଖି ଥିଲି ସେହୁ ରୂପ
ତପ୍ତ ଲୁହା ପରି ହନୁମାନ ରୂପେ
ଭ୍ରମଣ ଆକାଶେ ରୂପ ।