STORYMIRROR

Sumitra Nayak

Tragedy

3  

Sumitra Nayak

Tragedy

ଏ ଜୀବନ ତୁଚ୍ଛ ଲାଗେ

ଏ ଜୀବନ ତୁଚ୍ଛ ଲାଗେ

1 min
264

ଗହଳି ମଧ୍ୟରେ ବି ଏକା ଲାଗେ

କାହିଁକି କେଜାଣି ଏ ଜୀବନ ତୁଚ୍ଛ ଲାଗେ।


ପ୍ରତ୍ୟେକ ସମୟରେ ପ୍ରତ୍ୟେକ କ୍ଷଣରେ

ଖୁସିର ଲହଡି ଅଧା ଭଙ୍ଗା ହୋଇ ପଡେ।


ଅସହାୟ ହୋଇ ପଡେ ପ୍ରତ୍ୟେକ କ୍ଷଣରେ

ଦୁଃଖ ସୁଖର ପରିଣାମ ସମାନ୍ ବୋଧହୁଏ।


ଜୀଇଁବା ଆଶାର ଯେମିତି ଅନ୍ତ ହୋଇ ପଡ଼େ

ସବୁ ଯେମିତି ଛିନ୍ନ ବିସ୍ତାରିତ ଲାଗେ।


ଜୀବନର ପ୍ରତି ପୃଷ୍ଠାରେ ଦୁଃଖ କ୍ଲେଶ

ଯେମିତି ଖୁସିର କିଛି ସ୍ଥାନ ନାହିଁ।


ଯଦି ଅସଜଡ଼ା ଜୀବନକୁ ସଜାଡ଼ି ହୁଅନ୍ତା

ତେବେ କିଛି ମିଠା ମୁହୂର୍ତ୍ତରୁ ସ୍ମୃତି ସାଇତି ରଖନ୍ତି।


କିଛି ଭୁଲକୁ ଠିକ୍ କରି କିଛି ଲୋକଙ୍କୁ

ମନ ସିନ୍ଦୁକରୁ ବହୁତ୍ ଦୂରକୁ ଫିଙ୍ଗି ପାରନ୍ତି।


ସରଳ ନୁହେଁ ଏ ଜୀବନ ଜୀଇଁବା

ଯୋଉଠି ପ୍ରତେକ ସ୍ଥାନରେ ସ୍ଵାର୍ଥ ଭରି ରହିଛି।


ଭାରି ଭାରି ଲାଗେ ଏବେ ଗୋଟେ କ୍ଷଣ ବି

ଅଣନିଃଶ୍ୱାସୀର ପବନ ଯେମିତି ଘେରି ରହିଛି।


ବିଶ୍ଵାସୀର ମୁଖା ତ ସମସ୍ତେ ପିନ୍ଧନ୍ତି

କିନ୍ତୁ ମୁଖା ତଳର ଚେହେରା ଅତି ନିଷ୍ଠୁର।


ସମୟ ବଦଳିବା ସହିତ ନିଜର ବି ଦୁରେଇ ଯାଆନ୍ତି

ଯାହା ଜୀବନ୍ ଆଶା ଶୂନ୍ୟ ହୋଇପଡେ।


ଗହଳିରେ ବି ଏକା ଲାଗେ ଜୀବନଟା

କ୍ଷଣ ବି ଯୁଗ ପରି ଲାଗେ ଏଠି।


ଜୀଇଁବା ମରିବା ଏକା ସମାନ୍ ଲାଗେ

ସବୁ କିଛି ସହି ଜୀଇଁବାଟା ବାଧ୍ୟ ହୋଇପଡେ।



Rate this content
Log in

Similar oriya poem from Tragedy