STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଏ ଜୀବନ ଏକ ଅଭିନୟ

ଏ ଜୀବନ ଏକ ଅଭିନୟ

1 min
17

ଏ ଜୀବନ ଏକ ଅଭିନୟ 

ଆମେ ସବୁ ଜଣେ ଜଣେ କଳାକାର 

ଏ ଦୁନିଆ ରଙ୍ଗମଞ୍ଚରେ 

ଭିନ୍ନ ଭିନ୍ନ ଚରିତ୍ରରେ 

ଭିନ୍ନ ଭିନ୍ନ ଭୂମିକାରେ 

ଆମେ ସବୁ ଅବତୀର୍ଣ୍ଣ 

ନିଖୁଣ ଅଭିନୟର ମାୟା ଚାତୁରୀରେ 

ବ୍ୟସ୍ତ ବିବ୍ରତ ଏ ମଣିଷ 

ପେଟ ପାଇଁ ନାଟକର ଅଭିନେତା ସାଜୁ ସାଜୁ 

ଏ ଜୀବନ କେତେବେଳେ 

ହସରେ ଭରିଯାଏ ତ ପୁଣି କେତେବେଳେ ଲୁହରେ ଝରିଯାଏ 

କେତେବେଳେ ପ୍ରେମରେ ଭରିଯାଏ ତ 

ପୁଣି କେତେବେଳେ ଦିଗହରା ହୋଇ ବାଟବଣା ହୋଇଯାଏ 

ହେଲେ ଏଥିରେ ଦୁଃଖ କରିବାର କଣ ଅଛି !


ଯାହା ତ ଘଟିବାର ଅଛି ତାହା ଘଟିବ 

ସେଥିପାଇଁ ଏତେ ଡର କାହିଁକି? 

ଏତେ ଭୟ କାହିଁକି? 

ଅଭିନୟ ତ କରିବାକୁ ହିଁ ପଡିବନା 

ଲୋଭ, ମୋହ, ମାୟା ର ରଙ୍ଗବେରଙ୍ଗି ଆଲୁଅରେ 

ଧୁମ ନାଚିବାକୁ ହେବ 

ନିଜ ପାଳି ପଡିଲେ 

କାଳବିଳମ୍ବ ନକରି 

ବୀର ଦର୍ପରେ ଆଗେଇ ଯିବାକୁ ହେବ 

ଏ ଦୁନିଆ ରଙ୍ଗମଞ୍ଚରେ 

କେତେବେଳେ ଆଖିରୁ 

ଦୁଇ ଟୋପା ଲୁହ ଝରାଇ 

କାନ୍ଦିବାର ଅଭିନୟ କରିବାକୁ ପଡିବ ତ 

ପୁଣି କେତେବେଳେ ହସି ହସି 

ଏକଦମ ବେଦମ ହେଇଯିବାକୁ ହେବ 

ନିଜର କଷ୍ଟକୁ ନିଜ ଭିତରେ ଚାପିରଖି 

ଜୀବନର ନିରାଟ ସତ୍ୟତା ଭିତରେ 

ଜୀବନର ପ୍ରକୃତ ବାସ୍ତବତା ଭିତରେ 

ଏଠି ନିରବଦ୍ରଷ୍ଟା ସାଜି ନାଟକର ଦୃଶ୍ୟକୁ ଉପଭୋଗ କରୁଥିବା 

ଦେଖଣାହାରୀମାନଙ୍କ ସାମ୍ନାରେ 

ଖାଲି ହସିବାର ଅଭିନୟ କରିବାକୁ ପଡିବ 

କାହିଁକିନା 

ଏଠି କାନ୍ଦିବା ମନା l


ଏ ଦୁନିଆ

କାନ୍ଦିଲେ ବେଶି କନ୍ଦାଇବ 

ଡରିଲେ ବେଶି ଡ଼ରାଇବ 

ଉଠିବାକୁ ଚେଷ୍ଟା କଲେ ଗୋଡ଼କୁ ଭିଡି ଧରିବ 

ଦୁର୍ବଳତାର ସୁଯୋଗ ପାଇଲେ 

ନିଜର ଫାଇଦା ଉଠାଇବାକୁ ଚେଷ୍ଟା କରିବ 

ସେଇଥି ପାଇଁ ତ ବାସ୍ତବ ଜୀବନରେ ଏଠି 

କେବେ କିଏ ଦେଖିଛ କି କଳାକାର କାନ୍ଦିବାର? 


Rate this content
Log in

Similar oriya poem from Tragedy