STORYMIRROR

Prahallad Sahoo

Fantasy Others

4  

Prahallad Sahoo

Fantasy Others

ଏ ଘର ମାଉସୀ, ସେ ଘର ପିଉସୀ

ଏ ଘର ମାଉସୀ, ସେ ଘର ପିଉସୀ

1 min
479

ଆହା, ମୋ ଗେହ୍ଲି ପୁସି ମାଉସୀ 

କଥା କଥାକେ ରାଗି ଯାଉଛି,

ଖାଉଛି, ରହୁଛି ମୋ ଘରେ 

ଆଉ କାହାର ଗୁଣ ଗାଉଛି।


ବେଳ କାଳ ଦେଖି ପଡୋଶୀ ଘରୁ 

କୁକୁଡା ଗୋଟେ ଝାମ୍ପି ଆଣୁଛି,

କେହି ନଥିଲେ ହାଣ୍ଡିଶାଳେ ପଶି  

ମାଛ ଦି'ଖଣ୍ଡ ଉଠେଇ ନେଉଛି।


ଠେଙ୍ଗା ବାଡି ଧରି ଗୋଡେଇଲେ 

ମୋ ଧାନ ଅମାର ତଳ ଭାଡିରେ 

କେଉଁଠି କେଜାଣି ଲୁଚି ଯାଉଛି,

ଗାଆଁଟା ଯାକର ହୁଡି ପଡୁଛି 

ସାହୁ ଘର ବିଲେଇ ଚୋରି କରି 

ଏ ଘର ମାଉସୀ 

   ସେ ଘର ପିଉସୀ ହେଉଛି 

ପରଧନ ସବୁ ନେଇଯାଉଛି।


ବେଳ ଉଣ୍ଡି ଆଖି ବୁଜି ବୁଜି 

ଦୁଧ ପଲମରେ ମୁହଁ ମାରୁଛି,

ତାକୁ ଗୋଡେଇଲା ବେଳକୁ 

ଚାଟି ଚୁଟି ହେଇ 

      ନେହୁରା ହେଉଛି 

ଟିକିଏ ରୁହ ମୁଁ ପରା ନିଶରେ 

ଘିଅ ମାରି ସଳଖ କରୁଛି।


ଅଣପୁରୁଷା ମୂଷା ବାପୁଡାକୁ

ରହ ରହ ଆଜି ପାନେ ଦେଉଛି 

ଅଣ୍ଟାରେ ଗାମୁଛା ବାନ୍ଧି ଦୌଡୁଛି

ଚଷମାଟା ମିଳୁ ପାନେ ଦେଉଛି,

ତା'ର ଦିନେ କୁ ମୋର ଦିନେ

କେତେ ନସର ପସର ହଉଛି

ମୋ ଲାଞ୍ଜ ବୁଲେଇଦେଲେ 

      ତା ପ୍ରାଣ ଛାଡିଯିବ 

କଣ ଯେ ମୋତେ ଭାବିଛି 

   ଆଜି ତା ରଙ୍ଗ ଛଡଉଛି।


ଆହା, ମୋ ଗେହ୍ଲି ପୁସି ମାଉସୀ 

ପାଖକୁ ଡାକିଲେ ନଖରା କରୁଛି

ଦୂରେଇ ଗଲେ ରୋଷି ଯାଉଛି

କୁକୁର ଦେଖିଲେ ଛନକା ପଶୁଛି 

ଏକୁଟିଆ ଘରେ 

      ମ୍ଯାଉଁ ମ୍ଯାଉଁ ହେଉଛି 

ଗେହ୍ଲେଇ ହେଇ ଘଷିନେଷି ହେଉଛି 

ଆହା ମୋ ଗେହ୍ଲି 

    ରଙ୍ଗ ରଙ୍ଗେଲି ପୁସି ମାଉସୀ ।



Rate this content
Log in

Similar oriya poem from Fantasy