STORYMIRROR

CHARUBALA PADHI

Romance

3  

CHARUBALA PADHI

Romance

ଏ ବର୍ଷା

ଏ ବର୍ଷା

1 min
421

ଏ ବର୍ଷା ବି ଠିକ୍ ତୁମ ପରି

ଧସି ଆସେ ଅଜଣା ଆଗନ୍ତୁକ ସାଜି

ତାର ଭିଜା ଭିଜା ଛିଟାରେ

ଦେହ ଜର ଜର କରି,

ପ୍ରତିଥର ପରି

ପ୍ରେମର ବୀଜକୁ ଅଙ୍କୁରିତ କରି

ପୁଣି ମିଶିଯାଏ ମାଟିରେ..


ସେ ଗଲା ପରେ ଏ ମନ ବି

ବାସ୍ତବତାକୁ ସ୍ଵୀକାର କରେ,

ସୁନେଲି ସ୍ୱପ୍ନର ନୀଡ଼

ଭାଙ୍ଗିଯାଏ କେଇ ମୁହୂର୍ତ୍ତରେ

ଝରିପଡେ ଆଖିରୁ କେଇ ବୁନ୍ଦା

ଭାବ ପ୍ରବଣତାର ଉଷ୍ମ ଅଶ୍ରୁ

ଆଉ ଧୋଇନିଏ 

ମନର ଅନାବନା ଦାଗ ସବୁ।



Rate this content
Log in

Similar oriya poem from Romance