ଏ ବର୍ଷା
ଏ ବର୍ଷା
ଏ ବର୍ଷା ବି ଠିକ୍ ତୁମ ପରି
ଧସି ଆସେ ଅଜଣା ଆଗନ୍ତୁକ ସାଜି
ତାର ଭିଜା ଭିଜା ଛିଟାରେ
ଦେହ ଜର ଜର କରି,
ପ୍ରତିଥର ପରି
ପ୍ରେମର ବୀଜକୁ ଅଙ୍କୁରିତ କରି
ପୁଣି ମିଶିଯାଏ ମାଟିରେ..
ସେ ଗଲା ପରେ ଏ ମନ ବି
ବାସ୍ତବତାକୁ ସ୍ଵୀକାର କରେ,
ସୁନେଲି ସ୍ୱପ୍ନର ନୀଡ଼
ଭାଙ୍ଗିଯାଏ କେଇ ମୁହୂର୍ତ୍ତରେ
ଝରିପଡେ ଆଖିରୁ କେଇ ବୁନ୍ଦା
ଭାବ ପ୍ରବଣତାର ଉଷ୍ମ ଅଶ୍ରୁ
ଆଉ ଧୋଇନିଏ
ମନର ଅନାବନା ଦାଗ ସବୁ।