Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Abstract Fantasy

5.0  

Baman Chandra Dixit

Abstract Fantasy

ଏ ଆଖି

ଏ ଆଖି

1 min
117


ଏ ଆଖିରେ ଆଖିଏ ଲୁହ

ଛାତି ଭିତରେ ଅନେକ କୋହ

ଜାଣେନା କେବେ କେମିତି

ଘନୀଭୂତ ଏ ସମସ୍ତ ଏକତ୍ରିତ

ସମସ୍ତେ ନିରବ କିନ୍ତୁ ମର୍ମଦାହି ।

ସ୍ପନ୍ଦନ ହୃଦୟର ଶ୍ରୁତିବିଦ୍ଧ କରେ ।

କୁହୁଳି କୁହୁଳି ଜଳେ ମନ ଅବିରତ

ମାତ୍ର ଅଦୃଶ୍ୟ ଅନଳ ର ଆଘାତ ଅସହ୍ୟ

କୁଣ୍ଡଳୀ କୃତ ଧୂମ୍ର ରାଶି ଆଚ୍ଛାଦିତ

ମାନସ ପଟଳେ, କୋଣେ ଅନୁକୋଣେ ।

ଚିତ୍କାର କରିବାର ଇଚ୍ଛା ଦମନ କରି

ଧିରେ ଧିରେ କୁହୁଳା ଯନ୍ତ୍ରଣା କିଞ୍ଚିତ 

ନିର୍ଗତ କରିବାର ପ୍ରଚେଷ୍ଟା ଜୀବିତ ।

ଲୁହ ଝରେନା, କୋହ ମରେନା

କେବଳ ମାରେ ଜାଳେ ସବୁବେଳେ।

ନିଜ ଆଖି ଦୁଇକୁ ଦେଖେ ନିହାରି

ବହୁତ କିଛି ଲୁଚାଉ ଲୁଚାଉ

ସତ କହିଦିଏ ମୋତେ ମୋ ଆଖି ।


Rate this content
Log in

Similar oriya poem from Abstract