STORYMIRROR

Sunanda Mohanty

Drama Fantasy

3  

Sunanda Mohanty

Drama Fantasy

ଦୂରତା

ଦୂରତା

1 min
150


ଜହ୍ନରୁ ମନ ର ଯେତିକି ଦୂର

ଅଗ୍ନିରୁ ଆଲୋକ ସେତିକି ଦୂର

ସିନ୍ଥିରୁ ସିନ୍ଦୂର ଯେତିକି ଦୂର

ପାଦରୁ ପାଉଁଜି ସେତିକି ଦୂର

କେଉଁ ଦୁଇଧାଡ଼ି ଶାଶ୍ବତ ଚିର

କେଉଁ ଦୁଇଧାଡ଼ି କବିର ଗାର

ପଢିଲେ ବୁଝିବ ପାଠକ ସାର

କବି ଓ କବିତା ନିଜସ୍ଵ ଗିର

ଲେଖି ଦେଲା ପରେ ଅର୍ଥ ଅପାର

କେହି କେହି କହେ କବି ଦ୍ୱିତୀୟ ଇଶ୍ଵର

ମୋ ମନ କହେ ମନମାନିରେ ଲେଖନୀ ତାର

ହୃଦୟ କହୁଛି କହିଦେ ସତ୍ୟ ଦି ଥର

ମନ କହେ ନିଜ କଥା ସମ୍ଭାଳିବା ନୁହେଁ ଛାର

ଜହ୍ନ ନିଏ ନାହିଁ ମନ କେବେ ବ୍ୟକ୍ତିର

ତାରା ଗପେ ନାହିଁ ନିଜ କଥା ବେଭାର

କବି ଦେଇଛି ପ୍ରତିଶ୍ରୁତି ସଭିଙ୍କୁ କରି ନିଜର

ହସି ହସାଇବ ତା ଲେଖନୀ ବରାବର

ସେଇ ଲେଖନୀରୁ ଝରୁଥାଏ ଶବ୍ଦ ଅନେକବାର

ଶବ୍ଦରେ ଶବ୍ଦକୁ ମିଶାଇ ଗୁଣି ଫେଡି ହର

କବିତ୍ଵ ବ୍ୟକ୍ତିତ୍ଵ ରୁ ଯେତିକି ଦୂର

ଶବ୍ଦ ରୁ ଶବ୍ଦ ବି ସେତିକି ଅର୍ଥରେ ଦୂର

କବି ତ ପ୍ରେମିକ କବିତା ତା ପ୍ରେମ ଜୁଆର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama