Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Tragedy

4  

Niranjan Mishra

Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
336



କେତେ ଦୁର୍ଘଟଣା ଆସେ ଜୀବନରେ

ହିସାବ ରଖିଛି କିଏ ?

କିଛି ଦୁର୍ଘଟଣା ରହିଥାଏ ମନେ

ଏ ଜୀବନ ଯିବା ଯାଏଁ ।

ଦେଖିଥିଲି ଦିନେ ଦୁର୍ଘଟଣା ଏକ

ମନରେ ରହିଛି ଜୀଇଁ ।

ସଭିଏଁ ଜାଣିବା ପାଇଁକି ସେକଥା

କହୁଛି ଏବେ ବୁଝାଇ ।

ଛୁଟି ନେଇ ଦିନେ ପଢିବା ପାଇଁକି

ଯାଉଥାଏ ଲାଇବ୍ରେରୀ ।

ଦୁର୍ଘଟଣା ଏକ ସଦ୍ୟ ହୋଇଥାଏ

ଆଖି ଆଗରେ ମୋହରି ।

ସ୍କୁଟର ରଖି ମୁଁ ଓହ୍ଲାଇ ପଡିଲି

ଦେଖିଲି ଆଖିରେ ମୋର ।

ଦୁଇଟି ଯୁବକ ବସି ଯାଉଥିଲେ

ମଟର ସାଇକେଲର ।

କୋଇଲା ବୋଝେଇ ଟ୍ରକ ଗୋଟିଏ

ଧକ୍କା ଦେଲା ତାଙ୍କୁ ଆସି ।

ଜଣକ ଜୀବନ ଯାଇଥାଏ ଚାଲି

ରକ୍ତ ଚାଲିଥାଏ ଭାସି ।

ମଥା ଚୁରମାର୍ ହୋଇଯାଇଥାଏ

ଚିହ୍ନି ନପାରିବେ କେହି ।

ଆନ ଯୁବକଟି ଆଗରେ ପଡିଛି

ଖଣ୍ଡେ ଦୂରେ ଯାଇ ତହିଁ ।

ବୟସ୍କ ପୁରୁଷ ପାଶେ ବସି ଛାତି

ଆଉଁସୁ ଥିଲେ ତାଙ୍କର ।

ଦୁର୍ଘଟଣା ଦେଖି କହିଲି ଜଣକୁ

ଥାନାରେ ଦେବେ ଖବର ।

ଆମ୍ବୁଲାନ୍ସ କୁ ଥାନାବାଲା ଟିକେ

ଖବର ଦେବେ ଜଣାଇ ।

ମୋବାଇଲ୍ ଫୋନ୍ ସୁବିଧା ସୁଯୋଗ

ସେ ସମୟରେ ନଥାଇ ।

ମୁଣ୍ଡ ବୁଲାଇଲା ସ୍କୁଟର ଉପରେ

ମୁଣ୍ଡକୁ ରଖିଲି ମୋର ।

ହରି ହରି ମନେ ମନେ କହୁ କହୁ

ହୋସ୍ ଉଡିଲା ମୋହର ।

ପନ୍ଦର ମିନିଟ୍ ଗଲା ପରେ ତହିଁ

ହୋସ୍ ଆସିଲା ମୋର ।

ଦେଖିଲି ଟ୍ରାଫିକ ପୋଲିସ୍ ଆସିଛି

କରେ ନିୟନ୍ତ୍ରଣ ତା'ର ।

ଦୁର୍ଘଟଣା ଗ୍ରସ୍ତେ ଡାକ୍ତରଖାନାକୁ

ପୋଲିସ୍ ଗଲାଣି ନେଇ ।

ବଳ ପାଉନାହିଁ କ'ଣ କରିବି

କିପରି ବା ଯିବି ମୁହିଁ ।

ସମସ୍ତ ଶକ୍ତି ସଞ୍ଚୟ କରି ଧୀରେ

ସ୍କୁଟର ଚଳାଇ ଗଲି ।

ଫେରିବା ସମୟେ କୋଇଲା ଟ୍ରକରେ

ନିଆଁ ଲାଗିଛି ଦେଖିଲି ।

ଏବେ ବି ସ୍ମୃତିରେ ରହିଛି ମୋହର

ଦୁର୍ଘଟଣା ସେଦିନର ।

ଜୀବନ ନଯାଉ ହଟୁ ଦୁର୍ଘଟଣା

ସଭିଏଁ ପ୍ରଯତ୍ନ କର ।


Rate this content
Log in

Similar oriya poem from Tragedy