STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଦୁର୍ବଳ ପ୍ରବାଳ

ଦୁର୍ବଳ ପ୍ରବାଳ

2 mins
76

କବିତା - ଦୁର୍ବଳ ପ୍ରବାଳ
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୩-୨୦୨୫

ଭାବି ବସିଲେ ହସ ବି ଲାଗେ
ଆଉ କାନ୍ଦ ବି ଲାଗେ
କାରଣ 
ସମୟ କଟୁଛି କଳ୍ପନାବିଳାସରେ
ବାସ୍ତବତା କାହିଁ କେତେ ଯୋଜନରେ

ହେଇ ଦେଖୁନ
ଆଜିର ଯୁବପିଢୀ
ପ୍ରୀୟାର ନାଲି ଓଠ ଖୋଜୁଛି
ବିଦାୟୀ ସୂର୍ଯ୍ୟର ରକ୍ତିମ ଆଭାରେ
ଅସ୍ତାଚଳଗାମୀ ନାଲିମାରେ

ଭାବି ଦେଖୁନ
ଏମିତି ଅବାସ୍ତବ କଳ୍ପନା ଯଳ୍ପନା
ଏମିତି ଅବାନ୍ତର ଚିନ୍ତା ଚେତନା
କେତେ ସମିଚୀନ
କ୍ଷଣିକ ଉନ୍ମାଦନା ଛଡ଼ା ଆଉ କି ସୁଖ
ସବୁ ଆକାଶକୁସୁମ ସମୟ ଅପଚୟ 
ମୂକ ନାୟକଙ୍କ ମୂଲ୍ୟହୀନ ମାନସାଙ୍କ ବିମୁଖ

ହେଇ ଦେଖୁନ
ସରସୀରେ କୁମୁଦିନୀ
ଜ୍ୟୋତ୍ସ୍ନା ବିଧୌତ ରଜନୀରେ ଜହ୍ନ ବିଳାସିନୀ
ଉଭୟଙ୍କର ପ୍ରେମ କଥା 
ଭାବି ବାଉଳା ହେଉଛି 
ଆଜିର ପ୍ରେମିକ ପ୍ରେମିକା ଏକାକିନୀ

ଭାବି ଦେଖିନ
ପନ୍ଦର ଦିନ ଅନ୍ତେ ଆସେ ଚନ୍ଦ୍ରପକ୍ଷ
ଆସୁଛି ଆବହମାନ କାଳରୁ
କଇଁ ଫୁଲ କେବଳ ବର୍ଷା ଶରତ ହେମନ୍ତ ଋତୁରେ ଫୁଟୁଛି 
ସେମାନଙ୍କ ପ୍ରେମ କଥା ଭାବି ହେବା ରୋମାଞ୍ଚିତ
କଳ୍ପନାଲୋକରେ ତାଙ୍କ କଥା ମନେ ମନେ ହେବା ଉଲ୍ଲସିତ
କି ଖୁସି ମିଳିବ ଏମିତି ଅବାସ୍ତବ ଭାବନା ବିନ୍ୟାସରୁ
କି ହସ ମିଳିବ ଏମିତି କଳ୍ପନା ସମ୍ଭୁତ ଅନାସକ୍ତ ମନନ ମନ୍ଥନରୁ
ଦେହ ଭାତ ଶୁଖିବା ହିଁ ହେବ ସାର
ରାତ୍ରି ଉଜାଗର ଅକାରଣେ
ପ୍ରାଣ ହେବ କଲବଲ ଇଛା ପ୍ରବଳ
ମାତ୍ର ଶରୀର ହେବ ଦୁର୍ବଳ ପ୍ରବାଳ

ବିଜ୍ଞାନ ଯୁଗରେ ଆମେ ଜନ୍ମିଛେ
କାମ କାର୍ଯ୍ୟ ସଂପୂର୍ଣ୍ଣ ପ୍ରମାଣ ମୂଳକ
ମାତ୍ର ଭାବନା ଜାଗ୍ରତି ଜାଗରଣ ବେଳେ 
ମାତ୍ର ଚେତନା ବୃଦ୍ଧି ବର୍ଦ୍ଦନ ବେଳେ 
ମାତ୍ର ଚୈତନ ଚରିତାମୃତ ଆସ୍ଵାଦନ କାଳେ
ମାତ୍ର କାମନା ପରିପୂରଣ ପାଇଁ ବାହାନା ବେଳେ

ଅବାସ୍ତବ ଉଦାହରଣ କଥା ଉଚ୍ଚାରଣ
ଅମୂଳକ କଳ୍ପନା ଉଦ୍ଧରଣ
ଅଲୌକିକ ନୈସର୍ଗିକ ପ୍ରେମ ଉଦଗିରଣ
କଥାର ଛତ୍ରେ ଛତ୍ରେ
ଚିନ୍ତା ଚଇତାଳିର କୂଳେ କୂଳେ
କୁହୁଡିପହଁରା ପଇଁତରା
ବାସ୍ତବ କ୍ଷେତ୍ରରେ ଅସମ୍ଭବ ପସରା

ଅଧୁନିକ ଯୁଗର ଯୋଗ୍ୟ ଦାୟାଦ ଆମେ
ବାସ୍ତବିକତା ଆମ ଧର୍ମ ଆମ କର୍ମ
ଜ୍ଞାନରେ ପ୍ରଗତି
ବିଜ୍ଞାନରେ ଉନ୍ନତି
ଜନକଲ୍ୟାଣରେ ମୁକତି ଆମର ପରମ ମର୍ମ
କ୍ଷଣିକ ଖୁସି ପଛରେ 
ଇନ୍ଦ୍ରୀୟ ଲାଳସା ଚରିତାର୍ଥରେ
ଅଳ୍ପକାଳିକ ହସ ପଛରେ 
କାହିଁକି ନଷ୍ଟ କରିବା ଉଜାଗର ରାତି
ଭାଗ୍ୟ ବିଧାନ ହେବ ଛାରଖାର ସର୍ମ 
ଲୋକେ କହିବେ ଜ୍ଞାନୀ ପିଲାଟା
ବିପଥଗାମୀ ହେଲା ଭିନ୍ନ ପଥଯାତ୍ରୀ କୁକର୍ମ

କାରଣ ଜୀବନ କହୁଛି
ପଠନରେ ନିଷ୍ପାପ ଶିଶୁ ସୁଲଭ ଅନୁକରଣୀୟ
କାର୍ଯ୍ୟରେ ଉଦ୍ଦାମ ଯୁବକ ବଲ୍ଲଭ ଅନୁସରଣୀୟ
ଅନୁଭବରେ କୂଳବୃଦ୍ଧ ମହାନୁଭବ ଅନୁଗ୍ରହଣୀୟ

କାହିଁ ସମୟ କାଳ୍ପନିକ କଳ୍ପନା ଜଳ୍ପନା ପାଇଁ
କାହିଁ ସମୟ ଅବାସ୍ତବ ପ୍ରେମ ପ୍ରଣୟ ପାଇଁ
ଜୀବନ ସରଣୀ ପରା
ବାସ୍ତବବାଦୀ ତରଣୀରେ ଭବଦୀୟ ମହିମାମୟ ଗରିମାମୟ


Rate this content
Log in

Similar oriya poem from Fantasy