STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଦୁଃଖୀ ଜୀବନର ଭାଷା

ଦୁଃଖୀ ଜୀବନର ଭାଷା

1 min
24.6K


ନାହିଁ କେହି ସହା ଭରସା ପ୍ରଭୁ ହେ

ଛାଡିଛି ସକଳ ଆଶା

ନିଜର‌ ବୋଲି ମୋ ନାହିଁ କେହି ଆଜି

ତୁଟିଛି ବଞ୍ଚିବା ମୋହ

ଦାଣ୍ଡର ଭିକାରୀ କରିଦେଲ ହରି

ଲଭଇ କେତେ ଦୁର୍ଦ୍ଦଶା

ପଥଧାରେ ବସି ଖୋଜୁଛି ଭାଗ୍ୟକୁ

ହୃଦୟରେ ଭରି କୋହ  ।।


ମଣିଷ ଜନମ ଦେଇ କୁହ ପ୍ରଭୁ

ହୀନିମାନ କିଆଁ କଲ

ଅମୃତ ସନ୍ତାନେ କଦାକାରରୂପ 

କୁତ୍ସିତ ହେଲାଏ ଦେହ

ପଥଚାରୀ ପଥ କରିଲ ମୋ ବାସ

ଆହା କେତେ କଲବଲ

ଭାଗ୍ୟକୁ ନିନ୍ଦୁଛି ନିଷ୍ଠୁର ଦେବତା

ମୋ ପାଇଁ କେତେ ନିର୍ଦ୍ଦୟ  ।।


ଆଶା ବିଶ୍ଵାସର ସଜଳ ସପନ‌

କେବେଠୁ ଯାଇଛି ହଜି

ଶକ୍ତି ହୀନ କ୍ଳାନ୍ତ ଶରୀର ଏବେ ହେ

ଲାଗେବଡ ଦୁର୍ବିସହ

ଅଲୋଡ଼ା ଜୀବନ ଶୂନ୍ୟେ ଚାହିଁ ଚାହିଁ

ତୋ ନାମେ ଯାଇଛି ମଜ୍ଜି

ଆସ ଆସ ଥରେ ଜୀବନ ଦେବତା

ନାହିଁ ଏ ପରାଣେ ମୋହ ।।


ଜୀବନରେ ଆଉ ନାହିଁ ମାୟା ମୋହ

ଏବେ ହେ ବିଦାୟ ଦିଅ

ସଂସାରର ମାୟା ତୁଟାଇଛି ତବ

ପଦାବ୍ଜେ ଦିଅ ଆଶ୍ରୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy