ଦୁଃଖ ଏତେ
ଦୁଃଖ ଏତେ
ଦୁଃଖ ଏତେ ଦିଅ ନାହିଁ ମହା ବାହୁ
କେତେ ଦୁଃଖ ସହିବି ମୁଁ ଆଉ ।
ଦୁଃଖ ରେ ମୁଁ ଏତେ ଭାଙ୍ଗି ପଡୁଛି
ତଥାପି ମୋ ଜୀବନେ ଦୁଃଖ ସହୁଛି ।
ଦୁଃଖ ଏମିତି ମୋ ଜୀବନେ ଆସୁଛି
ସହିବାର ସୀମା ଟପି ଯାଉଛି ।
କେବେ ମୁଁ ଶରୀର କୁ ନେଇ ଦୁଃଖ ଭୋଗୁଛି
କେଉଁ କର୍ମ ର ମୁଁ ଫଳ ପାଉଛି ।
କେବେ ମୋ ଅଶାନ୍ତ ମନରେ ଦୁଃଖ ଭୋଗୁଛି
ମୋ ଦୁଃଖ କୁ କେହି ନ ଜାଣୁଛି ।
କେବେ କିଏ ମୋତେ ଘୋର ଅପମାନ ଦେଉଛି
ସବୁ ନିନ୍ଦା ର ଦୁଃଖ କୁ ମୁଁ ଭୋଗୁଛି ।
ଦୁଃଖ ର ଦରିଆ ରେ ମୁଁ ନୀତି ଦିନ ଭାସୁଛି
କେବେ ପାରି ହେବାକୁ କୂଳ ନ ପାଉଛି ।
ଦୁଃଖ କେବେ ନେବ ତୁମେ ମୋର
ଦୁଃଖ ଆଉ ସହିପାରୁନି କୃପା ମୋତେ କର ।