STORYMIRROR

Sambit Srikumar

Tragedy Inspirational Children

4  

Sambit Srikumar

Tragedy Inspirational Children

ଦୁହିତା

ଦୁହିତା

1 min
237


ଯେବେ ତୁ ନିଜ ଗୋଡ଼ରେ ନିଜେ

ସଳଖି ଠିଆ ହୋଇ ଚାଲିବାକୁ

ଆରମ୍ଭ କରୁ ପୃଥିବୀ ପୃଷ୍ଠରେ

ଅନ୍ୟକୁ ଭଣ୍ଡେଇବାରେ ଓସ୍ତାଦ

ଏଇ ରକ୍ଷଣଶୀଳ ରୁଢ଼ିବାଦୀ ସମାଜ

ତୋ କୁନି ପାଦ ଦୁଇଟିରେ ପିନ୍ଧାଇ

ଦିଏ ଘୁଙ୍ଗୁର ଲଗା ତାରକଷୀ

ପାଉଁଜି ହଳେ ଅତି ସରାଗରେ!!

ତୁ ସେଇ ପାଉଁଜିର ରୁଣୁଝୁଣୁ

ସୁମଧୁର ନିନାଦରେ ଆତ୍ମ ବିଭୋର

ହୋଇ ଧୂଳି ଖେଳରେ ମଜ୍ଜି ଥାଉ

ତୁ କି ଜାଣୁ ଏ ପାଦର ପାଉଁଜି

ଆଭୂଷଣ ଅଳଙ୍କାର ଅବା ତୋର

ସ୍ଵାଧୀନତା ଛଡ଼ାଇ ନେଇ ବେଡି

ପକାଇ ବିଧିବଦ୍ଧ ଭାବେ ଆବଦ୍ଧ

କରି ରଖିବାର ଆଦ୍ୟ ପ୍ରସ୍ତୁତି??

ଆଉ ଏଇ ବେଡି ହିଁ ସମୟସୁଅରେ

ପାଲୋଟେ ତୋ ପରାଧିନତାର ପ୍ରତୀକ

ସଣ୍ଠଣା ଓ ସମ୍ଭ୍ରମର ଗହଣା ପିନ୍ଧୁ ପିନ୍ଧୁ

କେତେ ବେଳେ ଯେ ତୁ ହରାଇବସୁ

ତୋର ସ୍ବାଧୀନତା ସ୍ବକୀୟତା ଅସ୍ମିତା

ଜାଣତ ଅବା ଅଜାଣତରେ କେହିବି

ସଠିକ୍ ହିସାବ ତାହାର ରଖେନା!!

କେବେ ପଚାରିଛୁ ତୁ କାହାକୁ?

କାହିଁ ତୋରି ମାଆ କୋଳରେ

ଖେଳୁଥିବା ଭାଇ ତ ପିନ୍ଧେନି

ପାଉଁଜି ପାଦରେ ତାହାର?

ପୁଅଟିଏ ପାଇଁ ଲୋଭ ସଭିଙ୍କର

ତା'ର ସବୁ ଖୁଣ ଅବିଗୁଣ ମାଫ୍

କିନ୍ତୁ ପରଗୋତ୍ରୀ ହେବାକୁଥିବା ଝିଅଟି

ପାଇଁ ଅପବାଦର ଭୟରେ ଦୁନିଆଁର

ସବୁ ଆଦବକାଇଦା କଟୁ କଟକଣା

ମାନି ଚଳିବାକୁ ହେବ ହିଁ ହେବ

ଏଥିରୁ ତା'ର ନିସ୍ତାର ନାହିଁ

ଏଇ କାଳେ ବିଧିର ବିଧାନ

କାହିଁ ପାଇଁ ଏ ପକ୍ଷପାତିତା??

ସମାଜକୁ ପ୍ରଶ୍ନ ପଚାରିବାକୁ ସାହସ କର

ନିଜକୁ, ନିଜର ଶକ୍ତିକୁ ନିଜେ ଚିହ୍ନ

ନିଜର ଜନ୍ମ ଓ ଜୀବନକୁ ନେଇ

ଗର୍ବିତ ଅନୁଭବ କରିବା ଶିଖ

ସ୍ବତନ୍ତ୍ର ଓ ସ୍ବାଧୀନ ହୋଇ ତୁ

ପାରିବୁ ଜୀଇଁ ଏଇ ଦୁନିଆ ବୁକୁରେ

କେବେ ବି ନହୋଇ କାହାରି ଆଶ୍ରିତା

ତୁହି ଦୁହିତା ତୁ ଜଗତଜିତା!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy