STORYMIRROR

Kali Kumar

Abstract Comedy Tragedy

3  

Kali Kumar

Abstract Comedy Tragedy

ଦ୍ରୁତ ଗତି ମହା ବିପତ୍ତି , ଭାଗ ୨

ଦ୍ରୁତ ଗତି ମହା ବିପତ୍ତି , ଭାଗ ୨

2 mins
261

ଟଙ୍କାଟା ଗଲା, କୁକୁଡ଼ା ଗଲା

ଛାଡ଼ ! ଯାହା ତ ହେଲା ହେଲା

ଇରେ ଭାଇ ! ଗଞ୍ଜାଟା କେବେଠୁ ଅଣ୍ଡା ଦେଲା !

ପୁଣି, ସର୍କାର ! କୁକୁଡ଼ା ଜନ୍ମ ପ୍ରମାଣପତ୍ର ପାଇଁ

କି ବ୍ୟବସ୍ତା ! କେବେଠୁ କଲା ?

ନହିଲେ, କେଉଁଟା କାହାର ସନ୍ତାନ/ସନ୍ତତି

ଏ ! ଗଞ୍ଜାଏଁ କେମିତି ଚିହ୍ନିବେ ଭଲା;

ଗଞ୍ଜାଏଁ କେମିତି ଚିହ୍ନିବେ ଭଲା ।।

ଆରେ, ଭାଇ ! ସବୁତ ଅଡ଼ୁଆ ହେଲା

ଶୁଖିଲାଟାରେ ତୁଚ୍ଛାକୁ ଟଙ୍କାଟା ମୋର ଗଲା

ସାଙ୍ଗକୁ ପୁଣି ଅକଲ ଗୁଡୁମୁ ହେଲା

ଗଞ୍ଜାଟା କେବେଠୁ ଅଣ୍ଡା ଦେଲା !

ଗଞ୍ଜାଟା କେବେଠୁ ଅଣ୍ଡା ଦେଲା !

ପଛ କଥା ପଛରେ ଛାଡ଼ି,

ଆଗକୁ ଗଡ଼େଇ ଦେଲି ମୁଁ ଗାଡ଼ି

କିନ୍ତୁ ଏଥର ଗତି କମେଇ ଦେଇ

ଗାଡ଼ି ଚଳାଏ ଗୀତଟେ ଗାଇ ଗାଇ,ଗୀତଟେ ଗାଇ ଗାଇ,

'ଯା' ଯା'ରେ ଗାଡ଼ି, ଗଡି ଯା'

ଧିରେ ଧିରେ ତୁ ଗଡ଼ି ଯା'

ବାରିପଦାର ଖୋଲା ରାସ୍ତାରେ

ସ୍ବ ଇଚ୍ଛାରେ ମାଡ଼ି ଯା' "(୨)

ଏତିକି ଗାଇଛି କି ନାହିଁ !

ସ୍ବ ଇଚ୍ଛାଟା ଆସିବା ଉତ୍ତାରୁ

ବୁଦ୍ଧି ମୋ ହୋଇଲା ଉଦ୍-ଭଟ

ହାତ କୁଣ୍ଡେଇ ହେଲା, ମନ ହେଲା ଛଟପଟ

ତେଣୁ ମୋଡ଼ିଲି ଏକ୍ସିଲିଟିର

ଧାଇଁଲା ଗାଡ଼ି , ଭୁଲି ପୂର୍ବ ସଙ୍କଟ

୮୦ ୮୦ରେ ପୁଣି ମାଡି ଚାଲେ ଆଗକୁ ଆଗକୁ

କରି ସେ ଫଟଫଟ, କରି ସେ ଫଟଫଟ

ଏ ତ ଯୁବା ରକ୍ତର ବାହାସ୍ଫଟ

ଏଇଟା କୁକୁର ଲାଙ୍ଗୁଡ଼

ସହଜେ ସଳଖେ କି ଭାଇ

ଯେତେ ଖାଇଲେ ଗାଳି କିମ୍ବା ମାଡ଼ ଛାଟ

ଯେତେ ଖାଇଲେ ଗାଳି କିମ୍ବା ମାଡ଼ ଛାଟ ।।

ଦେଖୁ ଦେଖୁ ସାମ୍ନାକୁ ମୋର

ମାଡ଼ି ଆସିଲା ଆଉ ଏକ ସଙ୍କଟ

ହୁଡୁହୁଡୁ, ଫାଇଲିନ୍, ଫେନି ପରି

ରୂପ ତା ବିଷମ ବିରାଟ, ରୂପ ତା ବିଷମ ବିରାଟ ।।

ହଂସ ତ୍ରୟ, ମଦ୍ୟପ ପ୍ରାୟ

ରାସ୍ତାକୁ ମାଡ଼ି ଆସୁଥିଲେ ଢଳିଢଳି

ସହଯୋଗୀ ସାଜି, ସଙ୍ଗତେ ଥିଲେ

ପଲେ ଦି' ପଲ ଛେଳି

ମନେ ହୁଏ ମୁଁ ଭାଳି,

ମନି ପର୍ସଟା ମୋ

ଆଜି ପଡ଼ିଯିବ ବଳି, ଆଜି ପଡ଼ିଯିବ ବଳି ।।

ଏଇ ମୁହୂର୍ତ୍ତେ,

ବୋଉର କଥା ମନେ ପଡ଼ିଲା,

" ଯିବୁ ନାହିଁ କେଣେହେଁ(କୁଆଡ଼େ/କେଉଁଠି) ଏକା"

ଏକାକୀ ବୋକା, ଏକାକୀ ବୋକା

ଏକଥା ମନରେ ରଖିଥାଆ

ମାନି ବୋଉର କଥା,

ଗ୍ୟାରେଜ୍ ବାଲାକୁ କହିଥିଲି

ଆଗରେ ଏମ ଅର ଏଫ, ପଛରେ ସିଏଟ ଟାୟାର ପକା

ସେମାନେ ଫିଲ୍ କରିବେନି ଏକା

କି କାହା ସାଥେ କେବେ

ଅଯଥାରେ ହେବ ନାହିଁ ଧୋକ୍କା

ତେଣୁ, ଆଗରେ ଏମ ଅର ଏଫ, ପଛରେ ସିଏଟ ଟାୟାର ପକା ।।

ଏମନ୍ତ କଥାକୁ ଭାବି

ବ୍ରେକ୍ ଜୋରରେ ଦେଲି ଦାବି

ବର୍ତ୍ତି ଗଲି , ହେଲା ନାହିଁ ଆଉ ଧୋକ୍କା

ହଁ ! ମୁଣ୍ଡଟା ପିଟି;

କପାଳ ହୋଇଥିଲା ଟିକେ ଚେପା ।।

ଏଠୁ ବର୍ତ୍ତିବା ପରେ

ଭାବିଲି ଏବେ ଧିରସ୍ଥିର ସୁସ୍ଥ ମନରେ

ଗାଡ଼ି ଚଳେଇବାକୁ ହେବ ଇକୋନୋମି ଜୋନ୍ ରେ

କିନ୍ତୁ ; କଥାରେ ଅଛି,

" ବିପଦ କେବେ ଏକା ଏକା ଆସେ ନାହିଁ

ସାଙ୍ଗରେ ତା'

ବନ୍ଧୁ ବାନ୍ଧବ ସହଦୋରଙ୍କୁ ଆସେ ସେ ନେଇ"

ସମ୍ମୁଖରେ ପୁଣି ଆଉ ଏକ ସମସ୍ୟାର ନଈ

ମେଣ୍ଢା ପଲ ମଝି ରାସ୍ତାରେ ଯାଇଥିଲେ  

ନିଘୋଡ଼ ନିଦ୍ରାରେ ଶୋଇ,ନିଘୋଡ଼ ନିଦ୍ରାରେ ଶୋଇ ।।

ତେଣୁ ଆଉ କରିବି କିସ

ହେଲି ହତାଶ , ମନେ ନିରାଶ

ବାଜି ଯାଇଥିଲା ଘଣ୍ଟାରେ ଦଶ

ମନ ଯେ ହୋଇଲା ବିଷ

ଏବେ କରିବି କିସ ,ଏବେ କରିବି କିସ

ରାସ୍ତାରେ କଡ଼ରେ ଲେଖାଥିଲା,

କଲେଜକୁ ଆଉ ୩କିଲୋମିଟର , ଅଛି ଅବଶେଷ ।।

ଶେଷେ ! ମୁଣ୍ଡରେ ପଶିଲା ବୁଦ୍ଧି

ଦ୍ରୁତ ଗତି ମହା ବିପତ୍ତି,

ବାର୍ତ୍ତା ଦେଇଅଛି ଯାହା ରାଜ୍ୟ ପରିବହନ

ତାକୁ ଆବାଳ ବୃଦ୍ଧ ବନିତା ନିଶ୍ଚେ ମାନ

ତାକୁ ନିଶ୍ଚେ ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract