ଦରିଦ୍ରର ମନର ଭାବନା
ଦରିଦ୍ରର ମନର ଭାବନା
ଦାରିଦ୍ର୍ୟ ପଂଚାକ୍ଷର ମନ୍ତ୍ରକୁ
ତ ଜପୁଥାଏ,
ନିତି ଦିନିଆ କଥା ସେଇ
ମନୁଷ୍ୟର ଥାଏ |୧|
ସକାଳୁ ସକାଳୁ ଜାଡୁଆ ଶୀତ
ସକାଳରେ
ଚଳିବାକୁ ପଡ଼ିଥାଏ, ପଖାଳ
ତୋରାଣିରେ |୨|
ଥଣ୍ଡା ଜ୍ଵର କାଶ ହେଲେ ବି
ନାହିଁ ନିସ୍ତାର
ଦେହସୁଆ କରିବାକୁ ପଡ଼େ
ସର୍ବ ସମୟର |୩|
ପାଠ ପଢିଥିବା ପୁଅ ଓ କନ୍ୟା
ତ ବେକାର
କାମ ଖୋଜା, ଧୁମଧାମ, ସବୁ
ତ ବେକାର |୪|
କପାଳେ ବେକାର କଳଙ୍କ
ତିଳକ ଲଗାଇ
କକ୍ଷଚ୍ୟୁତ ହୋଇ, ଘୁରୁଅଛି,
ଭଉଣୀ ଭାଇ |୫|
ଖଟି ଖଟି ଦେଶରେ ମୁଁ ଖୁବ୍
ଥକି ପଡିଲିଣି
ଚାଲିବାକୁ ଆଗକୁ ଦେହ ପାଦ
ଥକି ଗଲାଣି |୬|
ଭାବୁଛି ଆଉ ବା କଣ ଅଛି
ଏଇ ଜୀବନରେ ?
ଭୋଗୁଛି ଯନ୍ତ୍ରଣା, ଅତ୍ୟାଚାର
ଓ ଶୋଷଣରେ |୭|
ହେ ଦେଶର ନେତା, ଆସ,
ଥରେ ଦେଖି ଯାଅ
ଆଘାତରେ ରହିଥିବା ମୋ
ମନ, ହୃଦୟ, ଦେହ |୮|
ମୋ ପରି ମଣିଷ ଦିନ ପରେ
ରାତି, ରାତି ପରେ ଦିନ,
ଆମେ ଅନ୍ଧାରର ସାଥି ବଂଚିଛୁ
ଖାଲି କିଛି କ୍ଷଣ |୯|
ଜନ୍ମ ନେଲେ ମୃତ୍ୟୁ ସତ୍ୟ, ଏହା
ଅକାଟ୍ୟ ବଚନ
ବେଂଗ କହେ ବେଂଗୁଲି ଲୋ ପୃଥ୍ବୀ
କ୍ଷଣ କ୍ଷଣକୁ ଆନ |୧୦|
ଭାବୁ ଖାଲି ଏଇ ଖାଁ ଖାଁ ଜୀବନର
ଜ୍ଜ୍ୱାଳା ଭିତରେ
ଗାଢ଼ ଅନ୍ଧାର ରାତିର ଚିର ନିଦ୍ରା
ଲୋଡ଼ୁଛୁ ମନରେ |୧୧|
