ଦ୍ରୌପଦୀ
ଦ୍ରୌପଦୀ
ଦ୍ରୌପଦୀ ଦୟାର ପାତ୍ର ନୁହେଁ ,
ସ୍ତ୍ରୀ ଵିମର୍ଶର ଅବଳା ନୁହେଁ ।
ଦ୍ରୌପଦୀ ବନା ଯାଇଥିବା ସ୍ତ୍ରୀ ନୁହେଁ ,
ସେ ଏକ ବ୍ୟକ୍ତି ନୁହେଁ ; ଏକ ବ୍ୟକ୍ତିତ୍ୱ ଅଟେ ।
ନିଜର ସ୍ଵୟମ୍ବରରେ ରୋକି ଦେଇଥିଲେ ଅଂହଙ୍କାରୀ କର୍ଣ୍ଣକୁ ;
ନିଜ କଥାରେ ବାଧ୍ଯ କରିଦେଇଥିଲେ ସ୍ଵୟମ୍ବର ଛାଡ଼ି ଯିବାକୁ ।
ସେ ସ୍ତ୍ରୀ ଭଳି ସଙ୍କୁଚିତା କି ଲଜ୍ଜାଶୀଳା ନୁହେଁ ,
ହସୁଥିଲେ ଚମକି ଉଠୁଥିଲେ ଏକ ମନୁଷ୍ୟ ଭଳି ।
କଟାକ୍ଷରେ ନଇଁ ଯାଉନଥିଲେ ;
ମହା ପରାକ୍ରମୀ ଦୁର୍ଯ୍ୟୋଧନକୁ ବି ଅପମାନିତ କରିଦେଇଥିଲେ ।
ହସ୍ତୀନାପୁର ରାଜ ସଭାକୁ ,
ପୁରା ରାଜସଭାକୁ ,
ନିରୁତ୍ତର କରି ଦେଇଥିଲେ ,
ନିଜର ଵିଚକ୍ଷଣ ପ୍ରତିଭାରେ ।
ତାଙ୍କର ପ୍ରଶ୍ନ ଥରେଇଦେଇଥିଲା ସମ୍ପୂର୍ଣ ହସ୍ତୀନାପୁରକୁ...
ତୁମେ ପ୍ରଥମେ ନିଜକୁ ହରେଇଲ ;
ପୁଣି କି ଅଧିକାର ତୁମର ମତେ ବାଜି ଲଗେଇବାକୁ ?
ଯୁଧିଷ୍ଠିରଙ୍କ ପାଖେ ନଥିଲା ଏହାର ଉତ୍ତର ,
ତାଙ୍କର ମୁଣ୍ଡ ନଇଁ ଯାଉଥିଲା ।
ସେ ଭୀଷ୍ମ ହୁଅନ୍ତୁ ବା ଧୃତରାଷ୍ଟ୍ର କେବଳ ମୁଣ୍ଡ ନଇଁ ନ ଥିଲା ;
ଦ୍ରୌପଦୀଙ୍କର ଏହି ପ୍ରଶ୍ନ ରାଜସଭାକୁ ଭୟଭୀତ କରି ଦେଇଥିଲା ।
ଏତେ ଭୟଭୀତ ଯେ , ଡରିଯାଇ ମୋହରେ ଅନ୍ଧ ଧୃତରାଷ୍ଟ୍ର
ଦ୍ରୌପଦୀଙ୍କର ସବୁ କିଛି ଫେରାଇ ଦେଇଥିଲେ ।
ବହୁ ପତ୍ନିବାଦର ଦୁନିଆରେ ଏକ ମାତ୍ର ଦ୍ରୌପଦୀ ହିଁ ଅଟନ୍ତି ;
ଯିଏ ଏକା ବହୁପତିବାଦୀ ଥିଲେ ।
ସିଏ ଏତେ ଦୁର୍ବଳ ନୁହେଁ କି
କୁନ୍ତୀ ପାଞ୍ଚ ଜଣଙ୍କ ଭିତରେ ବାଣ୍ଟିଦେଲେ
ଆଉ ସିଏ ବି ବିଚାରୀ ବାଣ୍ଟି ହେଇଗଲେ ।
ସେ ମହତ୍ତ୍ବାକଁକ୍ଷୀ ଥିଲେ ,
ପାଞ୍ଚାଳ ରାଜାଙ୍କ ରାଜକୁମାରୀ ,
ଵନିବାକୁ ହେବ ତାଙ୍କୁ ହସ୍ତୀନାପୁରର ସାମ୍ରାଜ୍ଞୀ
ଅର୍ଜୁନଙ୍କ ପତ୍ନୀ ବନି ପାରିବେନି ସାମ୍ରାଜ୍ଞୀ
ଆଉ ପୁଣିଥରେ ଏଥିରେ ଦୋଷ ବା କଣ ?
ରାଜା ମହଲରେ କିଏ ଅଛି ଏକ ପତ୍ନୀବ୍ରତ
ତାହାଲେ ଦ୍ରୌପଦୀ କାଇଁ ରହିବେ ଏକ ପତିବ୍ରତା
ସିଏ ବି ମନ୍ୟୁଷ ଅଟେ , ତାଙ୍କୁ ବି ଦରକାର ସେହି ସବୁ ଅଧିକାର
ତାଙ୍କୁ ବି ଉପଭୋଗ କରିବାର ଅଛି ସବୁ କିଛି ଏକ ବ୍ୟକ୍ତି ଭଳି ।
କାହିଁକି ଫସିଯିବ ସେ , ପିତୃ ସତ୍ତାତ୍ମକ ତିଆରି ଜାଲରେ
ଯେଉଁଠି ପୁରୁଷ ଶହେ ବିବାହ କଲାପରେ ବି ମହାନ ଅଟେ
ଆଉ ସ୍ତ୍ରୀ ?
ମନରେ ବି କାହାକଥା ଭାବିନେଲେ ହୋଇଯାଏ ପାପିନୀ ।
ଦ୍ରୌପଦୀ ଝଟକା ଦେଇଥିଲେ
ସେଇ ଦୋ ମୁହାଁ ନୀତିର ମାନ୍ୟତା କୁ ।
ଆଉ ପୁରୁଷର ସମକ୍ଷକ ହେଇ ଠିଆ ହେଇଥିଲେ ବହୁପତିଙ୍କ ସହିତ ।
ପତ୍ନୀର ରୂପରେ ବି ଅନନ୍ୟ ଦ୍ରୌପଦୀ
ମହାବଳି ଭୀମ ତାଙ୍କୁ ଡରୁଥିଲେ
ଯୁଧିଷ୍ଠିର ତାଙ୍କ ପ୍ରଶ୍ନରେ ଡରି ଯାଇଥିଲେ
ଅର୍ଜୁନ ବି ତାଙ୍କ ଚାହାଁଣି ସାମ୍ମନା କରି ପାରିଥିଲେ କେଉଁଠି ?
ସହଦେବ ଓ ନକୁଳ ?
ସମର୍ପିତା ପତ୍ନୀ ଭଳି
ସମର୍ପିତ ପତିର ଏକ ପରିଭାଷା ଗଢି ନେଇଥିଲେ
ମନ କିଣିବାର କଳାରେ ଏତେ ନିପୁଣ ଥିଲେ ଯେ
ପାଣ୍ଡବ ମାନଙ୍କୁ ହରାଇ କୁନ୍ତୀଙ୍କର ସବୁଠୁ ପ୍ରିୟ ହୋଇ ପାରିଥିଲେ ।
ଦ୍ରୌପଦୀ ଏକ ବିରାଟ ବ୍ୟକ୍ତିତ୍ୱ
ନା ଧୃତରାଷ୍ଟ୍ର ଭଳି ପୁତ୍ର ମୋହରେ ଅନ୍ଧ ଥିଲେ
ନା ପୁତ୍ର ଶୋକର ଅବସାଦରେ ବୁଡ଼ିଯାଇଥିଲେ
ବରଂ ମାନବିକତାର ଶିଖରକୁ ଚଢି ଅଶ୍ଵତ୍ଥାମା ର ମାଆର ଦୁଃଖକୁ ଅନୁଭବ କରି ଅଶ୍ଵତ୍ଥାମାକୁ କ୍ଷମା କରିଦେଇଥିଲେ
ସେଇ ଅଶ୍ଵତ୍ଥାମାକୁ ଯିଏ ତାଙ୍କର ଶୋଇଥିବା ପାଞ୍ଚ ପୁତ୍ର ଓ ଏକମାତ୍ର ଭାଇକୁ ମୃତ୍ୟୁର ଘାଟରେ ପହଁଚାଇଦେଇଥିଲା ।
କେବଳ ଏତିକି ନୁହେଁ , ଯେଉଁ କୃଷ୍ଣର ସାମ୍ନାରେ ପାଣ୍ଡବ ମାନଙ୍କ ସହ ସାରା ହସ୍ତିନା ପୁରା ମୌନ ହୋଇ ଯାଇଥିଲେ , ତାଙ୍କ ସହିତ ବି ତର୍କ କରୁଥିଲେ
ସେଥି ପାଇଁ ତ ସେ ଭାରତୀୟ ସଂସ୍କୃତିର ପ୍ରଥମ ସ୍ତ୍ରୀ ଯିଏ କୌଣସି ପୁରୁଷର ସଖି ହେଇ କୃଷ୍ଣର କୃଷ୍ନା ହେଇଯାଇଥିଲେ ।
ଦ୍ରୌପଦୀ ସେଇ ସ୍ତ୍ରୀ ନୁହେଁ ଯାହାକୁ ସମାଜ ବନେଇଥାଏ , ଦ୍ରୌପଦୀ ବ୍ୟକ୍ତି ନୁହେଁ ବ୍ୟକ୍ତିତ୍ବ ଅଟେ ।
ଯାହାକୁ ସେ ନିଜ ସ୍ତ୍ରୀତ୍ବ ରେ ବନେଇଛି ।।