Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Romance

3  

Manoj kumar Maharana

Romance

ଦ୍ରାବିଡ଼ ରାଜ୍ୟର ବାଳା

ଦ୍ରାବିଡ଼ ରାଜ୍ୟର ବାଳା

1 min
259


ଇନ୍ଦ୍ରଧନୁ ଲାଗେ ମୁରୁଜର ଝୋଟି
ସୁରୁଜ ଲାଗୁଛି ହୀରା,
ନକ୍ଷେତ୍ର ଲାଗୁଛି ଚିତ୍ରଟେ କାହାର
ଶୀତଳ ଲାଗୁଛି ଖରା,
ଅମବାସ୍ୟା ଲାଗେ ପୂର୍ଣ୍ଣମୀ ରଜନୀ,
ଜହର ଲାଗୁଛି ମିଠା,
ଅରାତି ଲାଗୁଛି ବଂଧୁ ମିତ୍ର ପରି
କୁସୁମ ଲାଗୁଛି କଣ୍ଟା,
ମାଟିରେ ଚାଲିଲେ ଆକାଶେ ଉଡେ ମୁଁ
ରାତି ବି ଲାଗୁଛି ଦିନ,
ଆଖି ମୋ ହସୁଛି ମୋତି ଢାଳି ଢାଳି
ସ୍ୱର୍ଗେ ଘରକଲାଣି ମୋ'ମନ
କୁହୁଡି ଲାଗୁଛି ମୋତି ବିନ୍ଦୁ ପରି
ପଥର ଲାଗୁଛି ତୁଳା,
ଯେବେଠାରୁ ମୋତେ ପ୍ରେମ ପରଷିଲା
ଦ୍ରାବିଡ଼ ରାଜ୍ୟର ବାଳା..... ||


Rate this content
Log in

Similar oriya poem from Romance