ଦୋଛକିରେ ଜୀବନ ବନ୍ଧା
ଦୋଛକିରେ ଜୀବନ ବନ୍ଧା
ତୋ' ଦୁନିଆରେ ନିଜକୁ ହଜାଇ
ଜାଣି ପାରୁନି ମୁଁ ରାତି ଦିନ
ସଞ୍ଜ କି ସକାଳ ତୋ'ବିନା ଏଠି
ସବୁ ଲାଗଇ ସମାନ ।
ଆଖିର ପଲକ ଖୋଜେ ଯେବେ ତତେ
ଜୀବନର ଦୋ ଛକିରେ
ସବୁ ଲାଗେ ମୋତେ ଅନ୍ଧାର ଅନ୍ଧାର
କହିବି କିପରି ତୋତେ ।
ଟିକେ ବେଳ ପାଇଁ ଆସି ମୋ ଜୀବନେ
ଦେଇଥିଲୁ ଯେଉଁ ଖୁସି
ସେଇ ଖୁସି ଆଜି ଲୁହ ପାଲଟିଛି
ତୋ' ସ୍ମୃତି ଜଗିଛି ବସି ।
ତୋ'ବିନା ସରୁଛି ଅସରନ୍ତି ରାତି
ଶୂନ୍ୟତାର ହା ହା କାରେ
ଜୀବନ ଟା ମୋର ଦୋଛକି ହୋଇଛି
ଚାରିଆଡେ ଅନ୍ଧକାର ।
ଜୀବନରେ ମୋର ନାହିଁଆଉ ମୋହ
ଆଖିରେ ଆଖିଏ ତୋ' ସ୍ମୃତି ର ଲୁହ
ମରିବା ବଞ୍ଚିବା ମୋପାଇଁ ସମାନ
ହୃଦୟେ ଧରି ସେ କୋହ ।
ଛୋଟିଆ ଆଖିରେ ଦେଲୁ ମୋ ସପନ
ଝୁରି ମୁଁ ହେଉଛି ସେ ନିଆରା ଜୀବନ
ତୋ' ବିନା ଆଜି ମୋ ଘର ଅଗଣା
ସବୁ ଲାଗେ ମୋତେ ଅଜଣା ଅଜଣା ।
ତୋଳିଥିଲି ଦିନେ ସ୍ୱପ୍ନରେ ମୋ ଘର
ଆଜି ଲାଗେ ତାହା ମୋଠାରୁ ବି ଦୂର
ସବୁ ସ୍ୱପ୍ନ ମୋର ରହିଗଲା ଅଧା
ଦୋଛକିରେ ମୋର ଜୀବନ ଟା ବନ୍ଧା ।
