STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଦିଅ ପ୍ରଭୁ ସଦବୁଦ୍ଧି

ଦିଅ ପ୍ରଭୁ ସଦବୁଦ୍ଧି

1 min
322


ଘୋର କଳିକାଳେ ଘୋଟଇ ଜଗତେ

ମହାମାରୀ ଦୁର୍ବିପାକ 

ବଜ୍ର ଘୋରନାଦେ କମ୍ପେ ବସୁନ୍ଧରୀ

ବାରିଦ ନିର୍ମେଘ ଶୁଷ୍କ ।

ବହେ ଖରତର ବାୟୁ ବାତଚକ୍ର 

ଧୂମମୟ ଦଶଦିଶ

ଦିଶନ୍ତି କ୍ଷୁଭିତ ହଦ ନଦନଦୀ

ପ୍ରଦୂଷିତ ପରିବେଶ ।

ଦିଶେନି ସତେଜ ଚଳ ଓ ଚଞ୍ଚଳ 

ଗଛଲତା ବନଗିରି

ଗ୍ରାମ ଜନପଦ ସହର ନବର

ସୁଖଶାନ୍ତି ହତଶିରୀ ।

ହୁଏ ଜନଶୂନ୍ଯ ଘର ପରିବାର

ଉଜୁଡଇ ଭିଟାମାଟି

ଭୋଗନ୍ତି ଦୁର୍ଦ୍ଦଶା ଭେଣ୍ଡିଆ ଯୁବକ

ଯାଆନ୍ତି ଦାଦନ ଖଟି ।

ବଢେ ଦିନୁଦିନ ଛାଡପତ୍ର ସଂଖ୍ଯା

ବୃଦ୍ଧ ଅନାଥ ଆଶ୍ରମ

ବଢେ ଦ୍ବେଷ ହିଂସା ଭୋଗସୁଖ ନିଶା

ନାହିଁ ସ୍ନେହ ଶ୍ରଦ୍ଧା ପ୍ରେମ ।

ଉତ୍ପୀଡିତ ହୁଏ ସରଳ ନୀରିହ 

ବଢେ ନାରୀ ନିର୍ଯାତନା

ପାଏନାହିଁ ଦଣ୍ଡ ଦୁଷ୍ଟ ଭ୍ରଷ୍ଟାଚାରୀ

ଭାଗ୍ଯ ହୁଏ ବିଡମ୍ବନା ।

ଅଦ୍ଭୁତ ବିଚ୍ଚିତ୍ର ଜୀବନ ପ୍ରକୃତି

ନ୍ଯାୟ ସ୍ବପ୍ନ ବିଳମ୍ବିତ

ବଢେ ଅପରାଧ ସମାଜେ ଅଶାନ୍ତି

ସଜ୍ଜନ ସନ୍ତପ୍ତ ତ୍ରସ୍ତ ।

ବିକାଶର ନାମେ ନ ଗ୍ରାସୁ ସଙ୍କଟ

ବିନାଶ ମାର୍ଗ ପ୍ରଶସ୍ତ 

ଅବୋଧ ସନ୍ତାନେ ଦିଅ ସଦବୁଦ୍ଧି

ମହାପ୍ରଭୁ ଜଗନ୍ନାଥ ।


Rate this content
Log in

Similar oriya poem from Inspirational