ଦିଅ ନାହିଁ ଅପମୃତ୍ୟୁ
ଦିଅ ନାହିଁ ଅପମୃତ୍ୟୁ
ଦିଅ ଜୀବନ୍ୟାସ ମୋର ଏ ପ୍ରେମ
କୁଚାହେ ନାହିଁ ତା'ର ଅପମୃତ୍ୟୁ
ନାଲି ଫିତାର ଫାଇଲ ତଳେ
କର ନାହିଁ ତାକୁ ଶ୍ବାସରୁଦ୍ଧ
ଚାହେଁ ସେ ଅୟୁତ ଆୟୁଷ
ବଞ୍ଚିବାକୁ ତୁମ ସାଥେ ପ୍ରତିଟି ମୁହୂର୍ତ୍ତ
ଭାଙ୍ଗିଦେଇ ଶତାବ୍ଦୀର ନୀରବତା
ସାଙ୍କୁଳିବାକୁ ଦିଅ ଅଧିକାର
ଓଠ ଖୋଲି ନ ହେଲେ ବି
ଆଖିରେ ଆଖିରେ କହିଦିଅ ଥରୁଟିଏ
ଭଲପାଅ ମୋତେ ଭଲପାଅ ବୋଲି
ହୃଦୟର ଅନନ୍ତ ଗହ୍ବରୁ ।।
ଶେଷହୀନ ପ୍ରତିକ୍ଷାର ଅନ୍ତ କରି
ସାମାଜିକ ବାଧାବିଘ୍ନ ରକ୍ତ ସମ୍ପର୍କର ଏରୁଣ୍ଡି ଡେଇଁ
ଗଢିବାକୁ ଆସ ପ୍ରେମର କୋଣାର୍କ
ଦିଅ ତୁମ ଶେଷ ସ୍ପର୍ଶ
ତୁମେ ତ ମୋ ଧର୍ମପଦ
ଭଲପାଇବାର ନିହାଣ ମୁନରେ
ଆଙ୍କିଦିଅ ଯେତେ ଅଛି ପୃଥିବୀର ସୌନ୍ଦର୍ଯ୍ୟତା
ଆମ ପ୍ରେମ ବଞ୍ଚି ରହୁ
ଦୁନିଆ ରହୁକି ନ ରହୁ
ସମ୍ପର୍କର ଚନ୍ଦ୍ରଭାଗା କୂଳେ
ପୂର୍ବେ ଦିଗେ ରବି ହସିବା ଆଗରୁ ।
