ଦିଅ ବିଦାୟ
ଦିଅ ବିଦାୟ
ଅଦରକାରୀ ବସ୍ତୁପ୍ରାୟ ଏ ଶରୀର
ଅନାବଶ୍ଯକ ଏ ଅସହାୟ ପ୍ରାଣ ତୁମ ଜଗତେ
ଅନାସକ୍ତ ଅସମ୍ଭବ ଜାଣେ ପ୍ରଭୁ
ଅବଶ୍ଯ ମଣିଷ ବୋଲି ତ ଏ ଗୁହାରି
ଅମଣିଷ ଲାଗେ ନିଜକୁ ମୁକ୍ତ କରିଦିଅ
ହେ ପରମେଶ୍ୱର ତୁଚ୍ଛକୁ ଦିଅ ବିଦାୟ,
ଅଭକ୍ତି ଏ ମନ, ହୃଦୟର ଘର
ଅବିଳମ୍ବେ ମୋତେ ପ୍ରଭୁ କରିଦିଅ ପର
ଅହର୍ନିଶି ଅଭିଯୋଗ ମୋର
ଅସନ୍ତୁଷ୍ଟ ତୁମ୍ଭପରେ ସଦା ହେ ଈଶ୍ବର
ଅନିଶ୍ୱାସ କରିଦିଅ ଏ ଦେହ
ହେ ଜଗଦୀଶ ଅଧମକୁ ଦିଅ ବିଦାୟ,
ଅଜସ୍ର ମହାନ ଆତ୍ମା ସ୍ଥିତ ଏ ଜଗତେ
ଅଲୋଡା କୁ କାହିଁ ରଖିଛ ବାନ୍ଧି
ଅକାରଣେ ଜୀବନ ଲାଗେ ସତେ
ଅବାସ୍ତବେ ବଞ୍ଚିଛି କରି କ୍ଷଣ ସହ ସନ୍ଧି
ଆମରଣ ନିଷ୍ଠୁର ନିର୍ଦୟ ଏ ମୁର୍ଖ
ଅତିଶିଘ୍ର କରିଦିଅ ନିଶେଷ ବିଲୟ
ହେ ପରମାତ୍ମା ଏ କୀଟ ଦିଅ ବିଦାୟ,
ଅପ୍ରାକୃତ ଭାବନାରେ ମଣିଷପଣିଆ ନାହିଁ
ଅଲକ୍ଷଣା ଏ ଜୀବନ୍ତ ପଥର ଭାଙ୍ଗ ହେ
ଅଲଣା ମୋ' ପ୍ରଭୁ ବିଶ୍ବାସର ପ୍ରସାଦ
ଅକ୍ଷରହୀନ ଶିକ୍ଷିତକୁ ଦିଅ ମହାଶିକ୍ଷା
ଅମାବାସ୍ଯା ରୂପୀ ଏ ନର ହଟାଇ ଦିଅ
ଅଜ୍ଞାନୀ ଅଂଶକୁ ପ୍ରଭୁ ଦିଅ ବିଦାୟ।
