STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଧର୍ମାନ୍ଧତା

ଧର୍ମାନ୍ଧତା

1 min
228

ସୃଷ୍ଟିର ଆବହମାନ କାଳରୁ ତ

ଏଇ ମଣିଷ ଥିଲା ସୁଖି

ପ୍ରକୃତିର ଆଙ୍ଗନେ ହସି ଖେଳି

କାଟୁଥିଲା ଆପଣାର ଦିନ

ଯେବେଠାରୁ କିଏ ଦେଲା

ଧର୍ମ ସମ୍ପ୍ରଦାୟର ବୀଜଟିଏ ରୋପି

ତାହାର ମନରେ ସେବେଠୁ

ମନରେ ତାହାର ବସା ବାନ୍ଧି

ରହିଗଲା ଉଚ୍ଚ ନୀଚ୍ଚ ଭାବ

ପୀଢ଼ି ପରେ ପୀଢ଼ି ହେଉଛି

ଏଇ ବିଷାକ୍ତ ଭାବ ସଂକ୍ରମିତ

ମୋର ଧର୍ମ ସବୁଠୁଁ ବଡ଼

ମୋ ଧର୍ମ ଅଟେ ମହାନ

ତୁମର ଧର୍ମ ତୁଛ ହୀନ

ତୁମେ ତ ମ୍ଳେଛ ଯବନ

ସଂସ୍କୃତି ସଂସ୍କାର ବିହୀନ

ମନୁଷ୍ୟ ହେବାକୁ ନୁହଁ

ଯୋଗ୍ୟ ପଦବାଚ୍ୟ

ମୋ ଧର୍ମ ହିଁ ଶ୍ରେଷ୍ଠ ଏ ଜଗତେ

ଆଉ ସଭିଏଁ କାଫେର୍

ତୁମର ବଞ୍ଚିବାର ନାହିଁ ଅଧିକାର

ରଟି ରଟି ଦିନରାତି

ରଚି ବିଭେଦର ପାଚେରୀ 

କିଏ କେଉଁ ସୁଖ ପାଉଛି ଭଲା

ଯେବେ ସଭିଙ୍କର ଲହୁର

ଅଟଇ ଏକଇ ବର୍ଣ୍ଣ

ତେବେ କିଆଁ ଏତେ ବାଛବିଚାର

ମଠ ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ଵାର

କଣ କହୁଛି ରଖ ବୈରୀ ଭାବ

ଅହିଂସା ପରମୋ ଧର୍ମ

ସଭିଙ୍କ ଈଶ୍ବର ଏକ

ସଭିଏଁ ତ ଈଶ୍ବରଙ୍କ ଅଂଶ

ତେବେ ମଣିଷର କିଆଁ

ଏତେ ଅସ୍ପୃଶ୍ୟତା ଭେଦଭାବ

ଧର୍ମୀୟ ପ୍ରକାର ଭେଦ

ଅସୂୟା ମୌଳିବାଦ ଧର୍ମାନ୍ଧତା

ମାନବ ବିକାଶର ପରିପନ୍ଥୀ

ମାନବ ସଭ୍ୟତାର ମରଣଯନ୍ତା

ହିଂସା ଦ୍ବେଷ ପ୍ରତିହିଂସା ପ୍ରତିଶୋଧ

କି ମଣିଷକୁ ସୁଖ ଦେବ

ବୈରୀ ଭାବ ପରିହାର କରି

ସାମ୍ପ୍ରଦାୟିକ ସଦଭାବ ଐକ୍ୟବଦ୍ଧତାରେ

ଜୀବନ ଜୀଇଁବାରେ ହିଁ ସାର୍ଥକତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy