STORYMIRROR

Hitesh Mohapatra

Romance Tragedy Classics

4  

Hitesh Mohapatra

Romance Tragedy Classics

ଧୋକା

ଧୋକା

1 min
299

ଯାହା ଥିଲା ସବୁ ଦେଲା ପରେ 

ଖାଲି ବାକି ଥିଲା ଯାହା ମୋ ସ୍ୱାଭିମାନ 

ତାହା ଭି ତୁ ଛଡେଇ ନେବାକୁ ଚାହୁଁଥିଲୁ 

ତା ପରିବର୍ତ୍ତେ , ଭଲ ହେଇଥାନ୍ତା 

ଯଦି ଛଡେଇ ନେଇଥାନ୍ତୁ ଏ ଜୀବନ । 


ତୋର ଛୋଟ ଛୋଟ ଅଳି 

ଭିତରେ ଲୁଚିକି ଥିଲା 

କେତେ ଜେ, ଗଭିର ସ୍ୱାର୍ଥ

ଏବେ ସବୁ ହାରି ସରିଲା ପରେ 

ଖୋଜି ପାଇ ପାରୁଛି ତାହାର ଅର୍ଥ ।  


ବେସି କିଛି ଚାହିଁ ନଥିଲି ତୋଠୁ 

ଟିକେ ପ୍ରେମ ଆଉ ଟିକେ ସମ୍ମାନ 

ସେତିକି ଭି ତୁ ପାରିଲୁନି ଦେଇ 

ଧିକ ତୋର ଏ ମଣିଷ ଜୀବନ । 


ସମୟ ସହିତ ସବୁ ସମୟ ବୋହି ଗଲା 

ତୋର ଏ ମିଛ ପ୍ରେମ-କାନ୍ଥ ର ଫାଟ ଦେଇ 

ମୁଁ ସେପଟୁ, ମାଟି ଗୋଟେଇ ଚାଲିଥିଲି 

ସତ ର ଏକ ଝାଟି ମାଟି ର ଘର ଟେ ପାଇଁ ।  


ବହୁତ କିଛି ହରେଇଛି ଆଉ କରିଛି 

ଖାଲି, ଏକ ଆଶାରେ 

କାଳେ, ତୁ ବୁଝିବୁ 

କଣ ଅଛି ମୋର ଏ ମନ ରେ । 


ବୁଝିବା ତା ଦୂରର କଥା 

ନିନ୍ଦିଲୁ ମୋତେ ତୁ ଦୁନିଆ ଆଗରେ 

ତାହାର ମତେ ଦୁଃଖ ନାହିଁ 

ଦୁଃଖ ଏହା, ପ୍ରେମ ପାଇଁ 

ଭରିଗଲା ଘୃଣା ମୋ ମନ ରେ । 


ଏବେ ଚାହିଁ କି ଭି 

ମୁଁ ଭଲ ପାଇ ପାରୁନି 

ଆଉ, ନ ଚାହିଁ ଭି, ତୋ ପ୍ରତି 

ମୋ ଘୃଣା ର ଭାବ କମୁନି । 


ଧନ୍ୟବାଦ ଦେବାକୁ ଚାହୁଁଛି ତୋତେ 

କାରଣ , ତୁ ନ ଚାହିଁ ଭି ଦେଇଛୁ 

ଏକ ଅମୁଲ୍ୟ ସମ୍ପତ୍ତି ମତେ 

ତୋର ଏ ଧୋକା, ସାଜିଛି ମୋ ପାଇଁ ଜନନୀ 

ଆଉ ଜନ୍ମ ଦେଇଛି ଏକ ନୂତନ "ମୁଁ " କୁ 

ଯିଏ ବୁଝି ପାରିଛି ପ୍ରେମର ପ୍ରକୃତ ଠିକଣା 

ଆଉ ନିଜକୁ । 


Rate this content
Log in

Similar oriya poem from Romance