ଧିରେ ଧିରେ ଫେରି ଗଲା
ଧିରେ ଧିରେ ଫେରି ଗଲା
ମେଘ ଅନ୍ଧକାର ଝିପିଝିପି ବର୍ଷା
ଅସ୍ତାଚଳଗାମୀ ରବି,
କ୍ଷିୀ ଆଲୋକରେ ଗାଆଁ ଗୋହିରୀରେ
ଦେଖିଲି ପ୍ରିୟାର ଛବି ।
ଦେଖିଲି ପ୍ରିୟାକୁ ଝରକା ଫାଙ୍କରୁ
ଭିଜା ଭିଜା ତନୁ ତାର,
ହୃଦ ଆନ୍ଦୋଳିତ ମନଟା ଚଞ୍ଚଳ
ପାଶେ କେହି ନାହିଁ ମୋର ।
ଥର ଥର କଣ୍ଠେ ଡାକିଲି ମୁଁ ତାକୁ
ଆସିବୁ କି ମୋର ଘରେ ,
ଡାକ ଶୁଣି ମୋର ଫେରି ପଡୁଥିଲା
ଶାଢ଼ୀ ଲାଗିଲା ବାଡ଼ରେ ।
ତଳେ ଗଲା ପଡି ଉଠି ଛିଡା ହୋଇ
ଲାଜରେ ସେ ଚାହିଁ ଦେଲା ,
ବାଡ଼ୁ ଲୁଗା ଖୋଲି ସ୍ମିତ ହସି ଦେଇ
ଧିରେ ଧିରେ ଫେରି ଗଲା ।