STORYMIRROR

Shiba Charan Mahapatra

Romance Classics

4  

Shiba Charan Mahapatra

Romance Classics

ପ୍ରୀତି ମାନସାଙ୍କ

ପ୍ରୀତି ମାନସାଙ୍କ

1 min
161


ମାୟା ଅବା ମଧୂଦ୍ୟାନ ,ପୀରତି ରଂଗୋଲି

କୁହ ପ୍ରିୟ , ମାନସାଙ୍କ ଅଧାରେ ଛାଡ଼ିଲି..!


ସମୁଦ୍ର ପ୍ରେମିକ ବୋଲି , ଶୁଣିଥିଲି ଦିନେ

(ଆଜି) ବେସାହାରା ,ବେଳାଭୂମି ଛାତିରେ ପାଇଲି..!!


ଦେବୀ ପାଦ ଏ ହୃଦୟ ,ଯେଦିନ ଚୁମିଲା

କୁହ ପ୍ରିୟ ,କେଉଁ ଦୋଷେ ଜିଅନ୍ତା ଜଳିଲି..?


ମନ ପ୍ରାଣ ହୃଦ ଦେଇ ଭଲ ପାଇ ହୁଏ

(କିନ୍ତୁ) ଘାସଫୁଲ ପୂଜ୍ୟ ନୁହେଁ ,ଏବେ ହିଁ ଜାଣିଲି..!


ଦୁଃଖ ଦେଇ ପଚାରନା ,ମୁଁ କେମିତି ଅଛି

ପ୍ରେମ କରି ନା ଜିଇଁଛି ,ନା ମରିପାରିଲି..!


ଅବେଳେ ଭିଜାଏ ପ୍ରେମ, ଅଋତୁ ଜଳାଏ

ପ୍ରେମ ବୋଧେ ପ୍ରେମ ନୁହେଁ ,ମରୁ ଚରାବାଲି..!


ଭଲ ହେଲା ,ପ୍ରହେଳିକା କୁହୁଡି ହଟିଲା

କିଏ ଜାଣେ କେତେ କଷ୍ଟ ,ପଛେ ଫିଙ୍ଗିଦେଲି..!


ମୁଁ ଅବା ମୋ କୁନି ହୃଦ ,କିଏ ଦୋଷୀ କୁହ

ଅଧା ପ୍ରୀତି ମାନସାଙ୍କ ଅଧାରେ ଛାଡ଼ିଲି..?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance