Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Abstract

4  

Durjyodhan Barik

Abstract

ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ

ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ

1 min
355



ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ଜଳରେ

ଚାପରେ ମଧୁସୂଦନ,

ଶ୍ରୀଦେବୀ ଭୂଦେବୀ  କୃଷ୍ଣ ବଳରାମ

ସଙ୍ଗେ ମଦନମୋହନ ।


ନରେନ୍ଦ୍ର ପୋଖରୀ  ଗମନ କରିବେ

ସଜ୍ଜା ପାଲିଙ୍କି ବିମାନ,

ଅନ୍ୟ ପାଞ୍ଚ ଗୋଟି  ବିମାନର ଯାତ୍ରୀ

ପଞ୍ଚ ମହାଦେବ ଜାଣ  ।


ନରେନ୍ଦ୍ରର କୂଳେ  ଛାମୁଣ୍ଡିଆ ତଳେ

ଦଶ ପ୍ରତିମା ରହିବେ,

 ସୁବାସିତ ଜଳେ ପଦ ଧୌତ ପରେ

 ଦୁଇଟି ଚାପକୁ ଯିବେ  ।


ଗୋଟିଏ ଚାପରେ  ପଞ୍ଚ ମହାଦେବ

ଆନେ ଆଉ ପାଞ୍ଚ ଜଣ,

ପୋଖରୀ ଜଳରେ  ଏକ ଫେରା ପରେ

ସମସ୍ତେ କରିବେ ସ୍ନାନ  ।


ସ୍ନାନ ନୀତି ପରେ  ବେଶ ଲାଗି ହୁଏ

ହେବେ ମଦନମୋହନ,

ଏମନ୍ତ ପ୍ରକାର ବାହାର ଚନ୍ଦନ

ଯାତ୍ରା ଏକୋଇଶ ଦିନ ।


ଏ ଦୃଶ୍ୟ ଦର୍ଶନେ ହରିଯାଏ ସବୁ

   କଳୁଷର ପ୍ରବଳତା

ମହାପ୍ରଭୁଙ୍କର ଗ୍ରୀଷ୍ମ କାଳେ ଜଳ

   ଚାପ ଖେଳ ଦିବ୍ୟ କଥା  ।

    

       


Rate this content
Log in

Similar oriya poem from Abstract