Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Ananda Kumar Tripathy

Romance

4.5  

Sanjaya Ananda Kumar Tripathy

Romance

ନୟନର ଭାଷା

ନୟନର ଭାଷା

1 min
337


ଆଖିରେ ଆଖି ମିଳାଇ

ତୁମେ ଦେଖିପାର,

ମୁଁ କିନ୍ତୁ ପାରେ ନାହିଁ

ମୋ ମନଟି ହୁଅଇ ଅସ୍ଥିର ।


ତୁମେ ମୋ ପାଖକୁ ଆସିଲେ

ହୃଦୟର ସ୍ପନ୍ଦନ ବଢିଯାଏ,

କେଜାଣି, କାହିଁକି ଏ ଦୁନିଆଁ

ନୂଆ ନୂଆ ଲାଗୁଥାଏ ।


ନିରାଶା ଭରା ଜୀବନେ

ବଢିଯାଏ ବଞ୍ଚିବାର ଆଶା,

କେଡେ ବିଚିତ୍ର ସତେ

ତୁମ ନୟନର ଭାଷା ।


ଆଖିରେ ଆଖିରେ ତୁମେ

କହିଯାଅ କଥା,

କଥା ନୁହେଁ ସେ ତ ଏକ

କବିତାର ପେନ୍ଥା ।


କବି ବସି ଲେଖିଯାଏ

ତୁମ ଆଖି କଥା,

ପ୍ରେମଗୀତି ଗାଉଥାଏ

କରି ତୁମ ଚିନ୍ତା ।


ଚିତ୍ରକର ଆଙ୍କେ ଚିତ୍ର

ତୁମ କଥା ଭାବି,

ତୂଳୀରେ ଦିଏ ଜୀବନ

କଥା କହେ ଛବି ।


ସେ ଛବିରେ ଦେଖୁଅଛି

ତୁମ ଦୁଇ ଆଖି,

କେତେ କଥା କହେ ଆଖି

ପାରୁନାହିଁ ଲେଖି ।


ନୟନର ଭାଷା ଆସି

ଯେବେ କହିଦେବ,

ସେହିଦିନ ପ୍ରେମ ମୋର

ସାର୍ଥକ ହୋଇବ ।

*****


Rate this content
Log in

Similar oriya poem from Romance