STORYMIRROR

jyotsna mayee panda

Romance

4  

jyotsna mayee panda

Romance

ସ୍ମୃତି ଝରକା ଫାଙ୍କ ରେ

ସ୍ମୃତି ଝରକା ଫାଙ୍କ ରେ

1 min
239

ସ୍ମୃତି ତୁମେ ଚାଲିଆସ ମୋ ମନ ର 

ଝରକା ଫାଙ୍କ ରେ

କୁହୁଡି ଚାଦର ଉଢ଼ି

ଚାଲିଆସ ତୁମେ ପ୍ରିୟା

ସେଇ ପ୍ରୀତିଭରା ସଫେଦ ରାତି ରେ

କେବେ ପୁଣି ଆସ ସେ 

ଗଙ୍ଗଶିଉଳିର ଝରା ପାଖୁଡା ରେ

କେବେ ପୁଣି ଆସ କଣ୍ଟକିତ ଗୋଲାପ ର

ସ୍ନିଗ୍ଧ ପାଖୁଡା ରେ

ଜ୍ୟୋତ୍ସ୍ନା ପ୍ଲାବିତ ଶୁଭ୍ର ରୁପ ସଜ୍ଜା ରେ 

ସ୍ମୁତି ତୁମେ ଚାଲିଆସ କେବେ

ମୋ ମନର ନନ୍ଦନ ବନ ରେ ।

ପାରିଜାତ ହୋଇ ପୁଣି କେବେ ଫୁଟ

ମୋ ହୃଦୟ କୋଣ ରେ

ନୀତି ଆସ ପୁଣି ତୁମେ

ରାତ୍ରି ର ପ୍ରଥମ ପ୍ରହରେ

ରଜନୀଗନ୍ଧା ର ଭୁରି ଭୁରି ବାସ୍ନା ରେ

ଚନ୍ଦନ ସମ ମହକି ଯାଏ ସ୍ମୃତି ତୁମେ 

କେଉଁ ଘଞ୍ଚ ଅରଣ୍ୟ ର ନିବୃତ କୋଣ ରେ

ସତରେ ସ୍ମୃତି ତୁମେ ଆସ ପୁଣି

ରାତ୍ରି ର ନିଃଶବ୍ଦତା ଭିତରେ

କେବେ ଚାଲିଆସ ନିହାର ବିନ୍ଦୁ ର

ଶୀତଳ ସ୍ବର୍ଶ ରେ

ସ୍ମୃତି ତୁମେ ଉଜ୍ଜ୍ୱଭାସିତ ହୁଏ

ହୃଦୟ କନ୍ଦରେ

ସେ ଭିଜା ମାଟିର ବାସ୍ନା ରେ

ସ୍ମୃତି ତୁମେ ଜହ୍ନ ହୋଇ ଚାଲିଆସ

ମୋ ମନ ଆକାଶ ରେ ....ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance